ଜଖପୁରା, ୧୪/୦୧/୨୦ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) ଦାନଗଦି ବ୍ଲକ ଅନ୍ତର୍ଗତ ଜଖପୁରା ଥାନା ଅଂଚଳରେ ସୋମବାର ଦିନ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି ।
ରାଜ୍ୟରେ ସଡ଼କ ଦୃଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଜାତୀୟ ରାଜପଥରେ ସଡ଼କ ଦୃଘଟଣା ବୃଦ୍ଧିକୁ ନେଇ ଅଂଚଳ ବାସୀ ଚିନ୍ତା ପ୍ରକଟ କରୁଥିବାବେଳେ ସ୍ଥାନୀୟ ଜଖପୁରା ପୋଲିସ ଏବଂ ସୋସିଆଲ ସପୋର୍ଟ ୟୁଥ୍ କ୍ଲବ ମନୋହରପୁରର ସମସ୍ତ ମେମ୍ବର ମାନେ ମିଳିତ ଉଦ୍ୟମରେ ସୋମବାର ପୂର୍ବାହ୍ନ ୮ ଘଟିକା ସମୟରେ ଜଖପୁରା ଥାନାର ଭାରପ୍ରାପ୍ତଅଧିକାରୀ ଶ୍ରୀ ଲକ୍ଷଣ କୁମାର ଦଣ୍ଡସେଣା ଙ୍କ ସଭାପତିତ୍ୱରେ ଏକ ସଡ଼କ ସୁରକ୍ଷା ସଚେତନତା ସଭା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ କୁ ଥାନା ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ଦଣ୍ଡସେଣା ଉଦଘାଟନ କରିଥିଲେ ଉଭୟ ଜଖପୁରା ପୋଲିସ ଓ ସୋସିଆଲ ୟୁଥ୍ କ୍ଲବ ମନୋହରପୁରୁ ପକ୍ଷରୁ ଏକ ବିରାଟ ରାଲିରେ ବିଭିନ୍ନ ପ୍ରକାରର ସଚେତନତା ମୂଳକ ବାର୍ତ୍ତା ଦେବା ସହ ଜନ ସାଧାରଣକୁ ସର୍ବଦା ଦୁଇ ଚକିଆ ଯାନ ଚଳାଇବାବେଳେ ହେଲେମେଟ ବ୍ୟବହାର କରିବା ,ଗାଡ଼ି ଚାଳନା ସମୟରେ ମୋବାଇଲ ବ୍ୟବହାର ନ କରିବା ,ଟ୍ରାଫିକ ନିୟମ ମାନି ଗାଡ଼ି ଚାଳନା କରିବା ,ମଦ୍ୟପାନ କରି ଗାଡ଼ି ନ ଚଲେଇବା ସହ ନିଜ ପରିବାର ସଦସ୍ୟ ତଥା ଅନ୍ୟମାନଙ୍କୁ ସଚେତନ କରାଇଥିଲେ ।
ଜଖପୁରା ପୋଲିସ ଏବଂ ସୋସିଆଲ ସପୋର୍ଟ ୟୁଥ୍ କ୍ଲବ ପକ୍ଷରୁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ
|
January 14, 2020 |



