ଯାଜପୁର, ୧୪/୦୭/୨୦ (ସନ୍ଧାନ ନିଉଜ) : ଜଖପୁରା ଥାନାକୁ ବିଦୁ୍ୟତ ସଂଯୋଗ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଜିଲ୍ଳ୍ାପାଳ ରଂଜନ କୁମାର ଦାସ ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକଙ୍କୁ ପରାମର୍ଶ ଦେଇଚ୍ଥନ୍ତି । ଜଖପୁରା ଥାନାରେ ଦୀର୍ଘ ଦୁଇ ବର୍ଷ ଧରି ବିଦୁ୍ୟତ୍ ସଂଯୋଗ ନଥିବାର ଜିଲ୍ଳ୍ାପାଳ ଶ୍ରୀ ଦାସ ସ୍ଥାନୀୟ ଅଂଚଳ ପରିଦର୍ଶନ କରିବା ବେଳେ ଜାଣିବାକୁ ପାଇଥିଲେ । ଥାନାରେ ଦୀର୍ଘ ଦିନ ଧରି ବିଦୁ୍ୟତ୍ ନ ରହିବା ଅତ୍ୟନ୍ତ ଉଦ୍ବେଗ ଓ ଦୁଃଖଦାୟକ ଘଟଣା ବୋଲି ମତ ଦେଇ ତୁରନ୍ତ ବିଦୁ୍ୟତ୍ ସଂଯୋଗ ପାଇଁ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ କହିଥିଲେ । ବିଦୁ୍ୟତ ସଂଯୋଗ ପାଇଁ ଆବଶ୍ୟକୀୟ ଏଷ୍ଟିମେଟ ତୁରନ୍ତ ପ୍ରଦାନ ପାଇଁ ଜିଲ୍ଳ୍ାପାଳ ଶ୍ରୀ ଦାସ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନାଙ୍କୁ ସୂଚନା ଦେଇଥିଲେ । ମଙ୍ଗଳବାର ଏ ସଂପର୍କରେ ପଦକ୍ଷେପ ନିଆଯାଇ ଡି.ଏମ.ଏଫରୁ ତୁରନ୍ତ ବିଦୁ୍ୟତ ସଂଯୋଗ ପାଇଁ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ନିଦେ୍ର୍ଦଶ ଦିଆଯାଇଚ୍ଥି ବୋଲି ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ ଅବଗତ କରାଇଚ୍ଥନ୍ତି ।
ଜଖପୁରା ଥାନାକୁ ବିଦୁ୍ୟତ ସଂଯୋଗ ପାଇଁ ପଦକ୍ଷେପ ।
|
July 14, 2020 |
