ଯାଜପୁର ସଦର, (ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମଧ୍ୟଦେଇ ପ୍ରଭାବତ ହେଉଥିବା ଛିଣ୍ଡା ଖରସ୍ରୋତା ନଦୀରେ ପୁନ୍ନଉଦ୍ଧାର କରାଯିବା ପାଇଁ ଶିବନ୍ତପୁର ଠାରୁ ଖଣ୍ଡିତର ଖରସୁଆ ଦକ୍ଷିଣ ପଟ ଟିକରପଡ଼ା ନିକଟରେ ସୁଇଜ ଗେଟ ନିର୍ମାଣ କରାଯିବା ନେଇ ଦିର୍ଘ ଦିନରୁ ଦାବି କରାଯାଉଥିଲା । ରାଜ୍ୟ ସରକାରଙ୍କ ଖରସ୍ରୋତା ନଦୀର ପୁନ୍ନଉଦ୍ଧାର କରାଯିବା ନେଇ ୧୨କୋଟି ଟଙ୍କା ଅଟକଳ କରାଯାଇଥିବାକୁ ନେଇ ଧର୍ମଶାଳା ବିଧାୟକ ହିଂମାଶୁ ସାହୁ, କୋରେଇ ବିଧାୟକ ଆକାଶ ଦାସନାୟକ ଭିତ୍ତି ପ୍ରସ୍ତ ସ୍ଥାପନ କରିବା ସହିତ ସ୍ଥାପନ ଉତ୍ସବ ଟିକରପଡ଼ା ଜଗନ୍ନାଥ ମଠରେ ଅନୁଷ୍ଟିତ କରାଯାଇଚି । ଏହି ଅବସରରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ, କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ମିଳିତ ଉଦ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ, ୧୦ଟି ପଂଚାୟତ ଚାଷି ମାନେ ଉପକୃତ ହେବା ସହିତ ଏହି ଶିଳାନ୍ୟାସ ଉତ୍ସବରେ ଟିକରପଡ଼ା ପୂର୍ବତନ ସରପଂଚ ଅତୁଲ୍ୟ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟ ଅତିଥି ଆକାଶ ଦାସନାୟକ ସମ୍ମାନୀୟ ଅତିଥି ହିମାଂଶୁ ସାହୁ ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୁର୍ଣ୍ଣ କରାଗଲେ ରସୁଲପୁର ବ୍ଲକର ୧୦ଟି ପଂଚାୟତର ଚାଷୀ ଉପକୃତ ହେବା ସହିତ ଏହି ଗ୍ରାମ ଏବଂ ପାଖ ଗ୍ରାମର ସାଧାରଣ ଲୋକ ଉପକୃତ ହୋଇପାରିବେ ବୋଲି ୨ ବିଧାୟକ ତାଙ୍କ ବକ୍ତବ୍ୟରେ କହିଥିଲେ । ସମ୍ମାନୀୟ ଅତିଥି ଶ୍ରୀଯୁକ୍ତ ସାହୁ ଯୋଗଦାନ କରି ମୋହନ ସରକାରଙ୍କର ବିକାଶ ଜାରକା ଜଳ ସମ୍ପଦ ବିଭାଗର ଯନ୍ତ୍ରୀ ଶିଶିର କୁମାର ଦାସ ଯୋଗଦାନ କରିଥିଲେ । କୋରେଇଙ୍କ ରସୁଲପୁର ବ୍ଲକ ପ୍ରତିନିଧି ପ୍ରହଲ୍ଲାଦ ପଣ୍ଡା ଧର୍ମଶାଳା ବ୍ଲକ ପ୍ରତିନିଧି ତ୍ରିଥରାଜ ପଣ୍ଡା, ରସୁଲପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଶଶିଭୂଷଣ ସାହୁ ପରିବେଶ ବିତ ଗୋପିନାଥ ପତି, ବିଶ୍ୱଜିତ ମହାପାତ୍ର, ନାରାୟଣ ପାତ୍ର, ବହୁ ବିଶିଷ୍ଠ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଶିର ମହାନ୍ତି, ହିମାଂଶୁ ଦେହୁରୀ, ରଂଜନ ଦେଓ ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ବହୁ ବିଜେପି କର୍ମି ଯୋଗଦାନ କରିଥିଲେ । ଏହି ପ୍ରକଳ୍ପ ନିମ୭ାଣ କରାଯିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ୮କୋଟି ୨୫ଲକ୍ଷ ଟଙ୍କା ମଞ୍ଜୁର କରାଯାଇଚି । ଏଥିରେ ସୁଇଜ ଗେଟ ନିର୍ମାଣ କରିବା ସହିତ ଏହି ନାଳ ସଫେଇ କାମ କରାଯିବା ଡ୍ରେନେଜ ବିଭାଗ ପକ୍ଷରୁ ମଞ୍ଜୁର କରାଯାଇଥିବା ୩କୋଟି ୩୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ନାଳର ୭୩୦ ମିଟର ତାଲ ପ୍ରୋଟେକ୍ସନ ୱାଲ ନିର୍ମାଣ କରାଯିବ ୮ ରୁ ୧୦ ବର୍ଷ ହେଲା ମୃତ ଅବସ୍ଥା ଥିବାରୁ ଏହି ନଦୀର ପୁନ୍ନଉଦ୍ଧାର କାମ କରାଯିବା ପାଇଁ ଖରସ୍ରୋତା ସମିତି, କୃଷମ ସଂଘ, ବରିଷ୍ଠ ନାଗରିକ ଆଦି ସଂଗଠନ ପକ୍ଷରୁ ଦାବି ହୋଇଆସୁଥିଲା । ଏହା ଦ୍ୱାରା ହଜାର ହଜାର ଚାଷୀ ଉପକୃତ ହେବା ସହିତ ସ୍ଥାନୀୟ ଗ୍ରାବାସୀ ମାନେ ସହାୟତା ପାଇପାରିବେ ।
ଛିଣ୍ଡା ଖରସ୍ରୋତା ନଦୀବନ୍ଧରେ ଦୁଇ ବିଧାୟକ ଶିଳାନ୍ୟାସ କଲେ
|
December 1, 2025 |



