ଯାଜପୁର ସଦର, ୧୭ା୦୧ (ସନ୍ଧାନ ନିୟୁଜ/ଗୋପିନାଥ ଦାଶ) ରାଜ୍ୟ ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କ ପ୍ରାଥମିକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା ପିଟିଏ ମାଧ୍ୟମରେ ପିତା ମାତା ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମାନଙ୍କୁ ନେଇ ସୁସମ୍ପର୍କ କିପରି ଶିକ୍ଷକ ମାଧ୍ୟମରେ ରହିପାରିବ ତାହା ଉପରେ ରାଜ୍ୟ ସରକାର ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପଦକ୍ଷେପ ନେଇଥିବା ଦେଖିବାକୁ ମିଳିଚି । ଯାଜପୁର ଜିଲ୍ଲାରେ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ପାଠ ପଢ଼ୁଥିବା ପ୍ରଥମ ଶ୍ରେଣୀରୁ ସପ୍ତ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ କିପରି ଶିକ୍ଷକ ମାନଙ୍କ ସହିତ ସୁସମ୍ପର୍କ ରହି ପାରିବ ତାହା ଉପରେ ଆଲୋଚନା କରାଯାଇଥିଲା । ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଞ୍ଚାୟତ ଅନ୍ତର୍ଗତ ଭଗବତୀ ପଡ଼ିଆ ସରକାରୀ ଉପ୍ରା ବିଦ୍ୟାଳୟ ପରିଶରରେ ପିତା ମାତା ଶିକ୍ଷକ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଟିତ କରାଯଇଥିଲା । ଏହି ଅବସରରେ ପଞ୍ଚାନନ ବେହେରାଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜନ କରାଯାଇଥିଲା । ଭଗବତୀ ପଡ଼ିଆ ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତପନ ଚରଣ ଧିର ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମାନଙ୍କୁ କିପରି ଭାବରେ ବିଦ୍ୟାଳୟରେ ପିଲାମାନେ ପାଠ ପଢ଼ିପାରିବେ ତାହା ଉପରେ ଶ୍ରୀ ଧିର ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଅଭିଭାବକ ମାନଙ୍କୁ ବୁଝାଇଥିଲେ । ସହକାରୀ ଶିକ୍ଷକ ଶଶିଭୁଷଣ ଖଣ୍ଡାଇ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟରେ ପଢ଼ିବା ସହିତ ତାଙ୍କର ଅଭିଭାବକ ମାନେ ବିଦ୍ୟାଳୟରେ କଣ ପଢ଼ା ଯାଉଚି ପିଲାର ଅଭିଭାବକ ମାନେ ବାପ ଏବଂ ମା ପିଲାମାନେ କଣ ପଢ଼ୁଛନ୍ତି ଦେଖିବା ଲାଗି ଶ୍ରୀ ଖଣ୍ଡାଇ ଅଭିଭାବକ ମାନଙ୍କୁ ପରମର୍ଶ ଦେଇଥିଲେ । ପିଲାମାନେ ସ୍କୁଲକୁ ଆସୁନଥିବା ବେଳେ, ଅଭିଭାବକ ମାନେ ପିଲା ମନାଙ୍କୁ କାହିଁକି ସ୍କୁଲ ଯିବୁନାହିଁ ପଚାରିବା ସହିତ ଅଭିଭାବକ ମାନେ ପିଲାମାନଙ୍କୁ ଆଣି ସ୍କୁଲରେ ଛାଡ଼ିବା ସହିତ ବିଦ୍ୟାଳରେ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କ ଉପରେ ନଜର ରଖିବା ଲାଗି ବାପ ମା ମାନଙ୍କୁ ଶ୍ରୀ ଖଣ୍ଡାଇ ନିବେଦନ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଉର୍ମିଳା ସହୁ, ବନଲତା ମଲିକ, ସନ୍ତୋଷି ବେହେରା, ଶଶିଭୁଷଣ ଖଣ୍ଡାଇ, ମହିମା ପ୍ରକାଶ ସାହୁ, ଯୋଗଦେଇ ପିତା ମାତା ମାନଙ୍କୁ ପିଲା ମାନଙ୍କର ପ୍ରାଥମିକ ସ୍ତରରେ ଗଢ଼ିତୋଳିବାରେ ପିତା ମାତାଙ୍କର ପ୍ରମୁଖ ଭୂମିକା ରହିଚି ବୋଲି ସାମ୍ବାଦିକ ଗୋପିନାଥ ଦାଶ ଛାତ୍ର ଛାତ୍ରୀ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ ।
ଛାତ୍ର ଛାତ୍ରୀ ଅଭିଭାବକ ଓ ଶିକ୍ଷକଙ୍କ ସମ୍ମୀଳନୀ
|
January 18, 2020 |