ଛାତ୍ରୀ ମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ କୋର୍ଟ ଚାଲାଣ

Spread the love

ଯାଜପୁର ସଦର,୨୩ା୧୧: ଯାଜପୁର ଜିଲ୍ଲାର ମଧ୍ୟସ୍ଥଳୀ ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ମହାବିଦ୍ୟାଳୟକୁ ଆସୁଥିବା ଏବଂ କମ୍ପ୍ୟୁଟର କ୍ଲାସକରି ଘରକୁ ଫେରୁଥିବା ବେଳେ, ଧର୍ମଶାଳା ବ୍ଲକ କଦମପାଳ ଏବଂ ଅରେଇକଣା ଗ୍ରାମର ୭ଜଣ ଛାତ୍ରୀ ବ୍ରହ୍ମବରଦାକୁ ପଢ଼ିବାକୁ ଆସିଥିବା ବେଳେ, ସେମାନେ କମ୍ପ୍ୟୁଟର କ୍ଲାସ ସାରି ଘରକୁ ଯାଉଥିବା ସମୟରେ ନାଳକୂଳ ଛକ ନିକଟରେ ସେହି ଗ୍ରାମର ଫକିର ମଲିକଙ୍କ ପୁଅ ପ୍ରମୋଦ ମଲିକ ବାଇକରେ ଆସି ଏହି ଛାତ୍ରୀ ମାନଙ୍କୁ ଖରାପ ଇଙ୍ଗିତ କରୁଥିଲେ । ଏବଂ ଗାଳି ଗୁଲଜ କରିବା ସହିତ ଏହି ଝିଅ ମାନଙ୍କୁ ଅଶ୍ଳିଳ ଇଙ୍ଗିତ କରୁଥିବା ଏହି ଛାତ୍ରୀ ମାନେ ଏକତ୍ରୀତ ହୋଇ ଏହାକୁ ବିରୋଧ କରିଥିଲେ । ଏହି ରୋଡ଼ ରୋମିଓକୁ ଝୀଅ ମାନେ କାବୁ କରି ଲୋକମାନଙ୍କୁ ଡାକିଥିଲେ । ଏହି ସମୟରେ ବ୍ରହ୍ମବରଦା ଥାନା ପୋଲିସ ପେଟ୍ରୋଲିଙ୍ଗ ସାରି ଆସୁଥିବା ସମୟରେ ଲୋକ ମାନେ ରୁଣ୍ଡ ହୋଇଥିବାର ଦେଖି ବ୍ରହ୍ମବରଦା ଥାନା ଭାରପ୍ରାପ୍ତ ଅଧିକାରୀ ବିଭୁତିଭୁଷଣ ମହାପାତ୍ର ଘଟଣା ସ୍ଥଳରେ ପହଁଞ୍ôଚ ଏହି ରୋଡ଼ରୋମିଓକୁ ଥାନାକୁ ଆଣି ପ୍ରମୋଦକୁ ପଚାରା ଉଚରା କରିବା ସହିତ ଛାତ୍ରୀ ମାନଙ୍କ ପକ୍ଷରୁ ଏତଲା କରାଯିବା ପରେ ପୋଲିସ ଘଟଣାର ତଦନ୍ତ କରି ପ୍ରମୋଦକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଥିଲେ । ବ୍ରହ୍ମବରଦା ଥାନାର ଭାରପ୍ରାପ୍ତ ଅଧିକାରୀ ବିଭୁତିଭୁଷଣ ମହାପାତ୍ର ସୂଚନା ଦେଇଛନ୍ତି ।

Related Posts

About The Author

Add Comment