ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଅଭିଯୁକ୍ତ ଛାତ୍ର ଗିରଫ
ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଅଭିଯୁକ୍ତ ଛାତ୍ର ଗିରଫ
Manas Kumar Rout |
July 17, 2018 |
ଭଦ୍ରକ, ୧୭/୭(ସନ୍ଧାନ ନିୟୁଜ) : ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ମଙ୍ଗଳବାର ଦିନ ଧାମନଗର ପୁଲିସ ସଂପକ୍ତ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ଯାଜପୁର ଜିଲା ବାହାବଳପୁର ଗ୍ରାମର ସୌମ୍ୟରଞ୍ଜନ ମିଶ୍ର(୧୯)।
ସୂଚନା ଅନୁଯାୟୀ, ଧାମନଗର ଥାନା ଖଡ଼ିପଦା ପଞ୍ଚାୟତ କାଞ୍ଜିଆପାଳ ଗ୍ରାମର ଜଣେ ଯୁବତୀ ଯାଜପୁର ଜିଲାରେ ଏକ କଲେଜରେ ପାଠ ପଢନ୍ତି। ସେହି କଲେଜରେ ଅଭିଯୁକ୍ତ ସୌମ୍ୟ ମଧ୍ୟ ପଢୁଥିଲା। ଉଭୟଙ୍କର ଅନ୍ତରଙ୍ଗ ମୁହୁର୍ତ୍ତର ଏକ ଭିଡିଓ ସୌମ୍ୟ ନିଜ ମୋବାଇଲରେ ରେକଡିଂ କରିଥିଲା। ପରେ ସେହି ଭିଡିଓକୁ ନେଇ ସୌମ୍ୟ ସେହି ଯୁବତୀଙ୍କୁ ଅନେକ ଥର ବ୍ଲାକମେଲିଂ କରିବା ସହ ପରେ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲା। ଯୁବତୀଙ୍କ ପରିବାର ଲୋକେ ଏନେଇ ଧାମନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଆଜି ସଂପୃକ୍ତ ଅଭିଯୁକ୍ତ ସୌମ୍ୟକୁ ଗିରଫ କରିଛି।
Related Posts
About The Author