ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କୁ ଜେଲ ଦଣ୍ଡାଦେଶ

Spread the love

ନିମାପଡ଼ା ୧୬/୩ (ସନ୍ଧାନ ନିୟୁଜ) ନିମାପଡ଼ା: ପଂଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ପ୍ରଧାନ ଶିକ୍ଷକଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ଜେଲ୍ ଯାଇଥିବା ପ୍ରଧାନଶିକ୍ଷକ ଜଣକ ହେଲେ ନିମାପଡ଼ା ଥାନା ଛଣିଜଙ୍ଗ ପଞ୍ଚାୟତର ଜଅଁରା ପ୍ରାଥମିକ ବିଦ୍ୟାଳୟର ନବଘନ ସେଠୀ ।

ଘଟଣା ଅନୁଯାୟୀ ଶୁକ୍ରବାର ସ୍ଥାନୀୟ ଛଣିଜଙ୍ଗ ପଞ୍ଚାୟତର ଜଅଁରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ପାଇଖାନା ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପୀଡ଼ିତାଙ୍କ ମା’ ଥାନାରେ ଅଭିଯୋଗ କରିବାରୁ ପୁଲିସ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସେଠୀକୁ ଗିରଫ କରିଥିଲା । ଆଜି ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୀଡ଼ିତା ଏବଂ ଅଭିଯୁକ୍ତ ଶିକ୍ଷକଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ଏହାପରେ ନବଘନଙ୍କୁ ପୁରୀ ସ୍ୱତନ୍ତ୍ର ବିଚାରପତିଙ୍କ ନିକଟରେ ହାଜର କରାଯାଇଥିଲା। ବିଚାପତି ଏହି ମାମଲାର ବିଚାର କରି ଏହି ରାୟ ଶୁଣାଇଥିଲେ ।

Related Posts

About The Author

Add Comment