କୋରାପୁଟ/ବୈପାରିଗୁଡା, ୨୯ /୨ (ସନ୍ଧାନ ନିଉଜ) – ପାଇଖାନାରେ ଶିକ୍ଷକ କୁ ବାନ୍ଧିଲେ ଗ୍ରାମବାସୀ । ପୁଣି ଶିକ୍ଷକ ଏବଂ ଛାତ୍ରୀ ଙ୍କ ସମ୍ପର୍କରେ ଲାଗିଲା କଳଙ୍କ ।କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ରେ ଜଣେ ଆଦିବାସୀ ଛାତ୍ରୀଙ୍କ ସହ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।ଏହା ପରେ ସଂପୃକ୍ତ ଶିକ୍ଷକ ଙ୍କୁ ଗ୍ରାମବାସୀ ପାଇଖାନା ରେ ବାନ୍ଧିଥିଲେ । ପରବର୍ତ୍ତୀ ସମୟରେ ଛାତ୍ରୀଙ୍କ ପରିବାର କୁ ୨୫ହଜାର ଟଙ୍କାଦେଇ ମାମଲା ର ରଫାଦଫା କରାଯାଇଥିବାର ଅଭିଯୋଗ ହୋଇଛି । ଖବର ନେବାରୁ ଜଣାପଡିଛି ଯେ,ବୈପାରିଗୁଡା ବ୍ଲକ ଅନ୍ତର୍ଗତ କାଠପଡା ପଞ୍ଚୟତ ର ଏକ ପ୍ରାଥମିକ ବିଦ୍ୟାଳୟର ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କ ସହ ଅସଦାଚରଣ କରିବା ସହିତ ଆଉ ୨ଜଣ କୋମଳ ମତି ଶିଶୁ ତଥା ୩ୟ ଶ୍ରେଣୀ ଛାତ୍ରୀଙ୍କ ସହ ମଧ୍ୟ ଅସଦାଚରଣ କରିଥିଲେ ଜୈନେକ ଶିକ୍ଷକ । ଏମିତି କିବାରମ୍ବାର ଅସଦାଚରଣ କରିବା ସତ୍ତ୍ୱେ ଶେଷରେ ଗ୍ରାମବାସୀ ଙ୍କ ହାବୁଡ଼େ ପଡିଯାଇଥିଲେ ।ଗ୍ରାମବାସୀ ମାନେ ଜୈନେକ ଶିକ୍ଷକ ଙ୍କୁ ନିସ୍ତୁକ ମାଡ ମାରିବା ସହିତ ପାଇଖାନା ରେ ମଧ୍ୟ ବାନ୍ଧି ଦେଇଥିଲେ ।ଏହା ପରେ ଜୈନେକ ଶିକ୍ଷକ ଛାତ୍ରୀଙ୍କ ପରିବାର କୁ ୨୫ହଜାର ଟଙ୍କା ଦେଇ ଘଟଣା କୁ ଚାପିଦେବା ପାଇଁ ବସିଥିବା ଅଭିଯୋଗ ହୋଇଛି ।ଏ ପରି ଘଟଣା ସମ୍ବେଦନଶୀଳ ହୋଇଥିବା ଯୋଗୁଁ ଏହି ଘଟଣା କୁ ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି । ଉକ୍ତ ଘଟଣାରେ ସଂପୃକ୍ତ ଥିବା ଜୈନେକ ଶିକ୍ଷକ ଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ନାବାଳିକା ଛାତ୍ରୀଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ସାଧାରଣ ରେ ଦାବୀ ହେଉଛି ।
ରିପୋର୍ଟ – ସରୋଜ କୁମାର ଲେଙ୍କା, ବୈପାରିଗୁଡା