ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

Spread the love
ଯାଜପୁର ୧୨/୦୯/୨୦୧୧ (ସନ୍ଧାନ ନିଉଜ) ଜିଲ୍ଲା ର ଯାଜପୁର ବ୍ଲକ ଅନ୍ତର୍ଗତ ଶ୍ୟାମଦାସପୁର ପଞ୍ଚାୟତ କଳସପୁର ପ୍ରାଥମିକ ବିଦ୍ୟାଳୟର ପ୍ରଥମ ରୁ ପଞ୍ଚମ ଶ୍ରେଣୀ ର ସମୁଦାୟ ୫୫ଜଣ  ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ପୋଷାକ ବିତରଣ କରାଯାଇଛି । ଏମାନଙ୍କ ମଧ୍ୟରୁ ୩୨ ଜଣଝିଅ ଓ ୨୩ ଜଣ ପୁଅ ଦୁଇ ହଳ ପୋଷାକ , ଏକ ହଳ ଜୋତା ବିଦ୍ୟାଳୟରୁ ଗ୍ରହଣ କରିଥିଲେ । ଏତତବ୍ୟତୀତ ବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ମାସ୍କ ମଧ୍ୟ ପ୍ରଦାନ କରାଯାଇଥିଲା ,ମାସ୍କ ପିନ୍ଧି ,ସାନିଟାଇଜ଼ର ବ୍ୟବହାର କରିବା ପାଇଁ  ପିଲା ମାନଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୋହନଚନ୍ଦ୍ର  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କେଶବ ପଣ୍ଡା  ଓ  ଏହି ବିଦ୍ୟାଳୟ କମିଟି ସଭାପତି ରବୀନ୍ଦ୍ର ଖଣ୍ଡାଇ, ଆଞ୍ଚଳିକ ସାଧନ କେନ୍ଦ୍ର ର ଅଧିକାର ଶ୍ୟାମସୁନ୍ଦର ମାରାଣ୍ଡି  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ପୋଷାକ ବଣ୍ଟନ କରିଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଧନଞ୍ଜୟ ନାୟକ ଙ୍କ ସହ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଏହି ବଣ୍ଟନ କାର୍ଯ୍ୟକ୍ରମ ରେ  ସହଯୋଗ କରିଥିଲେ।

Related Posts

About The Author

Add Comment