ଛତିଆ ୧୦.୧୨.୨୦୨୨ (ସନ୍ଧାନ ନିଉଜ) ଛତିଆ ରେ କଙ୍ଗା ରୁ କୋର୍ଟ , ଅଭିଯୁକ୍ତ ମାନେ ଯୋଜନା ବଦ୍ଧ ଭାବେ ଭାଙ୍ଗିଲେ ଘର ଦ୍ବାର, ଏଭଳି ଅଭ ବନୀୟ ଘଟଣା ଦେଖିବାକୁ ମିଳିଛି ଵୈ ରି ଥାନା ଅନ୍ତର୍ଗତ ଛତିଆ ପାଟଣା ଗ୍ରାମରେ। ସରକାରୀ ଜାଗା ରେ ଥିବା ଘରକୁ ଭାଙ୍ଗି ଦେଲେ ଚାନ୍ଦିଆ ସାହି ର ପିଲା ମାନେ। ଗ୍ରାମର ଅମିନ ନାୟକ, ବୟସ ୬୫ ବର୍ଷ ଙ୍କ ଆଜବେଷ୍ଟ ଘର ଓ ଘରର କବାଟ କୁ ଭାଙ୍ଗି ଘରର ସମସ୍ତ ଜିନିଷ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ସେହି ପରି ରମାକାନ୍ତ ନାୟକ ଙ୍କ ଚାଳ ଘରକୁ ଗତ ଗୁରୁବାର ଦିନ ସନ୍ଧ୍ୟାରେ ସେହି ପିଲା ମାନେ ଭାଙ୍ଗି ଦେଇ ଥିଲେ । ଏହି ଘଟଣାକୁ ପରିବାର ପକ୍ଷରୁ ବିରୋଧ କରିବାରୁ ଜୀବନରେ ମାରିଦେବାକୁ ମଧ୍ୟ ଅଭିଯୁକ୍ତ ମାନେ ଧମକ ଚମକ ଦେଇ ଥିବା ଲିଖିତ ଅଭିଯୋଗ କରି ଛନ୍ତି ଅଭିଯୋଗ କା ରି। ଖାଲି ସେତିକି ନୁହେଁ ସେହି ସମୟରେ ଅନ୍ୟ ଦୁଇ ଜଣ ରମାକାନ୍ତ ନାୟକ ଙ୍କ ଘର କୁ ମଧ୍ୟ ଭାଙ୍ଗିବା ନେଇ ଵୈ ରି ଥାନାରେ ଅଭିଯୋଗ ହୋଇ ଥିବା କହିଛନ୍ତି ଅଭିଯୋଗ କରି। ତେବେ ସଂପୃକ୍ତ ଅଞ୍ଚଳ ରେ ଅନେକ ଭୂମି ହୀନ ପରିବାର ଦୀର୍ଘ ଦିନ ଧରି ସ୍ଥାୟୀ ଘର ଦ୍ବାର କରି ରହି ଆସୁ ଥିବା ବେଳେ ଏଭଳି ଅଭାବନୀୟ ପରିସ୍ଥିତି ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ତେବେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ପ୍ରତାପ ରାଉଳ ଓରଫ୍ (ପରି), ନିରଞ୍ଜନ ବେହେରା, ସର୍ବେଶ୍ଵର ପରିଡ଼ା,ଶିବାନନ୍ଦ ସାହୁ ଙ୍କୁ କେଶ୍ ନମ୍ୱର୍ ୨୨୭/୨୨,୨୨୮/୨୨,୨୨୯/୨୨ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।
ଛତିଆ ରେ କଙ୍ଗାରୁ କୋର୍ଟ, ଭାଙ୍ଗିଲେ ଘର ଦ୍ବାର, ୪ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ
|
December 12, 2022 |