ଛତିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟୀକା ପଞ୍ଜୀକରଣ ବେଳେ ଶତାଧିକ ବରିଷ୍ଠ ହଟହଟା।

Spread the love
ବଡଚଣା, ୧୮/୫/୨୦୨୧ (ସନ୍ଧାନ ନିଉଜ) : ସରକାରଙ୍କ ପକ୍ଷରୁ କୋଭିଡ ଟୀକା କରଣ ପାଇଁ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗାଇଡ଼ ଲାଇନ ଅନୁସାରେ ଟୀକା କରଣ କରାଯାଉଥିବା ବେଳେ ବରିଷ୍ଠ ନାଗରିକ ମାନେ ହଟହଟା  ହୋଇଥିବା ଦେଖିବାକୁ ମିଳିଛି। ସୂଚନଥାଉକି,ଯାଜପୁର ଜିଲ୍ଲା ବଡଚଣା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର  ରେ ଗତ ମାର୍ଚ୍ଚ ୧୬ତାରିଖ ରେ ବରିଷ୍ଠ ମନେ କୋଭିଡ ଟୀକା ର ପ୍ରଥମ ଡୋଜ ଦିଆ ଯାଇଥିଲା।  ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡ଼ ଲାଇନ ଅନୁଯାଇ ୨୯ଦିନ ପରେ କୋଭିଡ ଟୀକାର ଦ୍ଵିତୀୟ ଡୋଜ ନେବା ପାଇଁ ଘୋଷଣା କରାଯାଇଥିଲା। ପରବର୍ତ୍ତୀ ସମୟରେ  ଠିକ ସମୟରେ ବହୁ ବରିଷ୍ଠମାନେ ଟୀକା ନ ପାଇ ବାରମ୍ବାର ଯୋଗାଯୋଗ କରୀଥିଲେ ସୁଦ୍ଧା , ସେମାନଙ୍କୁ ନିରାଶ ହୋଇ ଫେରୀ ବାକୁ ପଡିଥିଲା। ପରବର୍ତ୍ତୀ ସମୟରେ ଆଜି ବଡ ଚଣା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ   ଛତିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକା କରଣ  କରାଯାଉ ଥିବାର ଖବର ଶୁଣାଯିବା ପରେ , ସ୍ଥାନୀୟ  ଅଞ୍ଚଳର ଶତାଧିକ ବରିଷ୍ଠ ନାଗରିକ ମାନେ ପହଞ୍ଚି ଥିଲେ।  ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଘଣ୍ଟାଘଣ୍ଟା ଅପେକ୍ଷା କରିଥିବା ଦେଖିବାକୁ ପଡିଥିବା ବେଳେ, ପରିତାପର ବିଷୟ ବହୁ ବରିଷ୍ଠ ନାଗରିକ ମାନଙ୍କୁ ଟୀକା ନ  ମିଳିବା ସହିତ ହଟହଟା ହୋଇଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ କି  ଛତିଆ, ପାଟଣା, ସୋଲର, ବିଦ୍ୟାଧର ପୁର,ନେଳିଆ,ବୈରୀ ପଞ୍ଚାୟର ଶତାଧିକ ବରିଷ୍ଠ  ନାଗରିକ ମାନେ ସେମାନଙ୍କର ଆ ଧା ର ପ୍ରମାଣପତ୍ର ପଞ୍ଜିକରଣ କେନ୍ଦ୍ରରେ ଦାଖଲ କରିଥିଲେ, କେତେକ ଟୀକା ନ ପାଇ ଫେରିଥିବା ବେଳେ ,ସେମାନଙ୍କ ମୋବାଇଲ କୁ କୋଭିଡ ଟିକା ନେଇଥିବାର ସୂଚନା ପହଞ୍ଚି ଥିବା ଜଣାପଡିଛି। ଯଦି ଟୀକା ନ ପାଇଁ  ଟୀକା କରଣର ପଞ୍ଜିକୃତ ସୂଚନା ଯିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ???, ତେବେ କେଉଁ ପରିସ୍ଥିତିତରେ କୋଭିଡ ଟିକାର ହେରଫେର  ହେଉଛି,ଯାହା  ବିଭାଗୀୟ ଅଧିକାରୀ  କିପରି ଜାଣିପାରୁ ନାହାଁନ୍ତି , ସେ ଘଟଣା ସମ୍ପର୍କରେ ବଡଚଣା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଦୃଷ୍ଟି ଦେବାକୁ ସଧାରଣରେ ଦାବି ହୋଇଛି।

Related Posts

About The Author

Add Comment