ଛତାସର୍ଗି ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଉତଯାପିତ

Spread the love

ସୁନ୍ଦରଗଡ ତା:୨୭/୪/୨୦୨୨( ସନ୍ଧାନ ନିଉଜ/ ରାଜୁ ପଟେଲ ) ସୁନ୍ଦରଗଡ ଜିଲ୍ଲାର ଛତାସର୍ଗି ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଟାଉଲଟା ବେହେରା ଯୋଗଦେଇ ସଭାପତିତ୍ୱ କରିଥିଲେ । ଏଥିରେ ଜିଲ୍ଲାର ସଇଖ୍ୟା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଗତ ମହାମାରିରେ ଜୀବନ ହାରିଥିବା ସବଡେଗା ବ୍ଲକ ଶିକ୍ଷା ଅଧିକାରୀ ସ୍ୱର୍ଗତ ଅଜ୍ଞ କୁମାର ଏକ୍କାଙ୍କ ସହ ଅନ୍ୟ ଦିବାଙ୍ଗତ ଶିକ୍ଷକଙ୍କୁ
ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଏହି ଅବସରରେ ଜିଲା ସ୍ୱରରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ସମ୍ମାନୀୟ ଅତିଥି ରୂପେ ସାରଂଧର ବରିହା ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ସବଡେଗା ସିଆରସିସି
ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପଟେଲଙ୍କ ସହ ତାଙ୍କର ସମସ୍ତ ସହଯୋଗୀ ସହଯୋଗ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶଶୀ ବାଦୀ ଧନ୍ୟବାଦ ଅର୍ପଣ ଜରିଥିଲେ ।

Related Posts

About The Author

Add Comment