ଛଟେଇ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ଧାରଣା ୯ମଦିନରେ

Spread the love

ବାରିପଦା,27.11.2020 (ଲିଙ୍ଗରାଜ ପଣ୍ଡା)-ଦିବାରାତ୍ର ମହିଳା ସ୍ଵାସ୍ଥ୍ୟକର୍ମୀଙ୍କର ଚାଲିଥିବା ଧାରଣା ନବମ ଦିବସରେ ପହଂଚିଥିଲେ ମଧ୍ୟ ପ୍ରଶାସନ ତରଫରୁ ସେମାନଙ୍କ ଦାବି ହାସଲ ପାଇଁ କୌଣସି ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆଯାଇ ନ ଥିବାର କୁହାଯାଉଛି । ଗତକାଲି ବୁଧବାର ଧାରଣାରତ ସ୍ବାସ୍ଥ୍ୟକର୍ମୀମାନେ ଅତିଷ୍ଠ ହୋଇ ସେମାନଙ୍କ ଦାବି ହାସଲ ପାଇଁ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୮ ଘଣ୍ଟା ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାକୁ ଅବରୋଧ କରିଥିଲେ ଏବଂ ଗତକାଲି ସନ୍ଧ୍ୟାରେ ଏସପି ସ୍ଟିତ ପି ପାରମାରଙ୍କ ସହ ଉପଜିଲାପାଳ ପି. ଅନେକ୍ଷା ରେଢ଼ୀ ଓ ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚି ଆଜି ଗୁରୁବାର ସୁଦ୍ଧା ସେମାନଙ୍କ ବକେୟା ଦରମା ପ୍ରଦାନ କରାଯିବ ଏବଂ ସେମାନଙ୍କର ପୁନଃନିଯୁକ୍ତି ପାଇଁ ରାଜ୍ୟ ସରକାର ବକେୟା ପ୍ରାପ୍ୟ ସଂପର୍କରେ ନିର୍ଦ୍ଦିଷ୍ଟ ଫଳାଫଳ ନ ମିଳିବାରୁ ଛଟେଇ ଧାରଣାରତ ସ୍ବାସ୍ଥ୍ୟକର୍ମୀ ସଂଗଠନର ସଭାନେତ୍ରୀ ଲିପିକା ନାୟକ ଆନ୍ଦୋଳନ ଧାରଣା ଦାବି ହାସଲ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଜିଲାର କୋଭିଡ-୧୯ କେୟାର ହୋମରେ ତିନି ମାସ ଧରି କାର୍ଯ୍ୟ କରିଥିବା ୩୯୨ ଛଟେଇ ସ୍ୱାସ୍ଥ୍ୟକର୍ମୀମାନଙ୍କର ବକେୟା ପାଉଣା ସହ ପୁନଃନିଯୁକ୍ତି ଆଦି ଦାବିରେ ଗତ ୧୮ ତାରିଖଠାରୁ ଅନିର୍ଦ୍ଦିଷ୍ଟ କାଳ । ପାଇଁ ଆରମ୍ଭ ହୋଇଥିବା ଦିବାରାତ୍ର ଧାରଣା ଆଜି ନବମ ଦିନରେ ପହଞ୍ଚିଛି କାରଣ ଗତ ଅଗଷ୍ଟ ୧୭ ତାରିଖରେ କୋଭିଡ କେୟାର ହୋମରେ କାର୍ଯ୍ୟ କରିବା ପାଇଁ ତିନିମାସିଆ ଠିକାରେ ନିଯୁକ୍ତି ପାଇଥିବା ଏହି ସ୍ବାସ୍ଥ୍ୟକର୍ମୀମାନଙ୍କୁ ସେମାନଙ୍କ ତିନି ମାସର ବକେୟା ଦେୟ ପ୍ରଦାନ ନ କରି ହଠାତ ଛଟେଇ କରାଯାଇଥିଲା । କିନ୍ତୁ ରାଜ୍ୟର ଅନ୍ୟାନ୍ୟ କେତେକ ଜିଲ୍ଲାରେ କୋଭିଡ କେୟାର ହୋମରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀମାନଙ୍କୁ ପୁନଃନିଯୁକ୍ତି ଦିଆଯାଇଥିବାରୁ ସମାନ ଭାବେ ମୟୁରଭଞ୍ଜ ଜିଲାରେ କୋଭିଡ କେୟାର ହୋମରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀଙ୍କୁ ପୁନଃ ନିଯୁକ୍ତି ସହିତ ସେମାନଙ୍କର ବକେୟା ଦରମା ଦାବିରେ ଏହି ଆନ୍ଦୋଳନ ଜାରି ରଖୁଛନ୍ତି ।

 

Related Posts

About The Author

Add Comment