ଯାଜପୁର ସଦର, ୧୪ା୦୬: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ବନ୍ଧଡିହ ଗ୍ରାମର ରାଧୁ ମଲିକଙ୍କ ପୁଅ ଛଇ ଛନ୍ଦିଆଣୀ ଠାକୁରାଣୀ ମନ୍ଦିର ନିକଟରେ ମରି ପଡ଼ିଥିବାର ଦେଖିବାକୁ ମିଳିଥିଲା । ଘଟଣାରୁ ପ୍ରକାଶ ଯେ, ଛଇଛନ୍ଦିଆଣୀ ଠାକୁରାଣୀ ମନ୍ଦିରକୁ ସବୁଦିନ ପରି ଗତକାଲି ସଂନ୍ଧ୍ୟା ସମୟରେ ରାଧୁ ମଲିକଙ୍କ ପୁଅ କାଳନ୍ଦୀ ମଲିକ(୩୫) ମନ୍ଦିରକୁ ଯାଇଥିବା ବେଳେ, ଆଜି ସକାଳୁ କାଳନ୍ଦି ସେଠାରେ ମୃତ୍ୟୁ ବରଣ କରିଥିବା ଲୋକମାନ ଦେଖିବାକୁ ପାଇଥିଲେ । ଏନେଇ ବନ୍ଧଡିହ ସରପଂଚ ବିକ୍ରମ କୁମାର ବେହେରା ଘଟଣା ସ୍ଥଳରେ ପହଁଞ୍ôଚ କାଳନ୍ଦି ମରି ପଡ଼ିଥିବା ଦେଖିବାକୁ ପାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଗୋଳକୁଣ୍ଡ ପଂଚାୟତ ହରିପୁର ଗ୍ରାମର ଗ୍ରାମଦେବୀ ଛଇଛନ୍ଦିଆଣୀ ଠାକୁରାନୀ ମନ୍ଦିର ହରିପୁର ଗ୍ରାମ ଅଧିନରେ ଯାଉଥିବାରୁ ଏହା ବରୀ ଥାନା ଅଧିନରେ ରହିଥିବା ଜଣାଯାଇଥିଲା । ବରୀ ଥାନାରୁ ଏହା ବରୀ ଥାନା ଅଧିନରେ ରହିଥିବା ଜଣାଯାଇଥିଲା । ବରୀ ଥାନାକୁ ବ୍ରହ୍ମବରଦା ଥାନା ଅଧିକାରୀ ଏସ ଦାଶରଥି ପାତ୍ର ଜଣାଇବା ପାରେ ବରୀ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ଘଟଣା ସ୍ଥଳରେ ପହଁଞ୍ôଚ ତଦନ୍ତ କରିବା ସହିତ ଶବକୁ ଜବତ କରିଥିଲେ । କାଳନ୍ଦିଙ୍କର କିପରି ମୃତ୍ୟୁ ଘଟିଲା ତାହା ସନ୍ଦେହ ଘେରରେ ରହିଥିବା ବେଳେ, ମୃତ କାଳନ୍ଦିର ଘର ବନ୍ଧଡିହ ପାଂୟତରେ ଯାଉଥିବାରୁ ମୃତ୍ୟୁ ବରଣ କରିଥିବା ଜାଗା ବରୀ ଥାନା ଅଧିନରେ ରହିଚି । ବରୀ ପୋଲିସ ଶବକୁ ଜବତ କରି ପୋଷ୍ଟବଟମ ପାଇଁ ଯାଜପୁର ପଠାଇଥିବା ଜଣାଯାଇଚି । ମୃତ କାଳନ୍ଦି ମଲିକଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝୀଅ ଥିବା ଜଣାଯାଇଚି । ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗେଇ ଦେବାପାଇଁ ବନ୍ଧଡିହ ପଂଚାୟତ ସରପଂଚ ବିକ୍ରମ କୁମାର ବେହେରା ସମିତି ସଭ୍ୟ ଅରକ୍ଷୀତ ବେହେରା ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ଛଇଛନ୍ଦିଆଣୀ ମନ୍ଦିର ନିକଟରେ ଯୁବକଙ୍କ ହତ୍ୟା ସନ୍ଦେହ ଘେରରେ
|
June 16, 2023 |



