ଚୋରା ମଦ କାରବାର ଆଡ୍ଡାରେ ଏସଡିପିଓଙ୍କ ଚଢ଼ାଉ

Spread the love

ନୀଳଗିରି, 10.02.2021 (ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):-  ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଛି। ପାନ ଦୋକାନ ଠାରୁ ଆରମ୍ଭ କରି ହୋଟେଲମାନଙ୍କରେ ଚୋରା ବିଦେଶୀ ମଦ ବିକ୍ରି ହେଉଛି। ଉପଜିଲ୍ଲାପାଳ ଅଫିସ ଆଗରେ କଚେରୀ ଛକରେ ଏକ ଘୁମୁଟି ଘରେ ବିଦେଶୀ ମଦ ବିକ୍ରି ହେଉଥିବା ବେଳେ ଜଗନ୍ନାଥ ମନ୍ଦିର ସାମ୍ନାରେ ଏକ ପାନ ଦୋକାନରେ ମଧ୍ୟ ବିଦେଶୀ ମଦ ସ୍ପଷ୍ଟ ଦିବାଲୋକରେ ବିକ୍ରି ହେଉଥିଲା। ଆଜି ସନ୍ଧ୍ୟାରେ ନୀଳଗିରି ଏସଡିପିଓ ରିତେଶ କୁମାର ମହାପାତ୍ର ପୋଲିସ କର୍ମଚାରୀଙ୍କୁ ନେଇ ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ାଉ କରିଥିଲେ। କଚେରୀ ଛକରେ ଏକ ଘୁମୁଟିରେ ମଦ କାରବାର ଚାଲୁଥିବା ବେଳେ ଚଢ଼ାଉ ପୂର୍ବରୁ ବେପାରୀ ଜଣକ ଛତ୍ରଭଙ୍ଗ ଦେଇ ଫେରାର ହୋଇ ଯାଇଥିଲେ। ପରେ ରାଣୀକୋଠୀ ଗଳିରେ ଥିବା ହୋଟେଲ ଅଭିନନ୍ଦନରେ ଚଢ଼ାଉ ହୋଇଥିଲା। ହୋଟେଲ ଭିତରୁ ୭-୮ଟି ବିଦେଶୀ ମଦ ଭର୍ତ୍ତି ବୋତଲ ଜବତ ହୋଇଥିଲା। ଜଣେ ଯୁବକଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଥିବା ଜଣାପଡିଛି। ତେବେ ଏଭଳି ଚଢ଼ାଉ ଆଗକୁ ଜାରୀ ରହିବ ବୋଲି ଏସଡିପିଓ ରିତେଶ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଆଜିର ଏଭଳି ଚଢ଼ାଉ ପରେ ଚୋରା ମଦ କରୁଥିବା ବେପାରୀଙ୍କ ଭିତରେ ଛନକା ପଶିଥିବା ବେଳେ ଅବକାରୀ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ଆଙ୍ଗୁଳି ଉଠିଛି।

Related Posts

About The Author

Add Comment