ଚୈତ୍ର ମଙ୍ଗଳବାର ପନ୍ଥେଇ ପୂଜା

Spread the love

ପୁରୀ,୨୭/୩ (ସନ୍ଧାନ ନିୟୁଜ) -ଚୈତ୍ରମାସର ପ୍ରଥମ ମଙ୍ଗଳବାର ଦିନ ଆରମ୍ଭ ହୋଇଛି ପନ୍ଥେଇ ପୂଜା ମା’ ସର୍ବ ମଙ୍ଗଳାଙ୍କ ଉର୍ଦ୍ଦେଶ୍ୟରେ ବିବାହିତ ମହିଳାମାନେ ଏହି ପୂଜା ଆରମ୍ଭ କରିଛନ୍ତି। ଚତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ସନ୍ତାନ ସନ୍ତତିମାନଙ୍କର ମଙ୍ଗଳକାମନା କରି ବିବାହିତ ମହିଳାମାନେ ଏହି ପୂଜା କରିଥାନ୍ତି। ଏଥିପାଇଁ ବିବାହିତ ମହିଳାମାନେ ଉପବାସ ରହି ନିଜଘରର ଦୁଆର ମୁହଁରେ ପନ୍ଥେଇ ପୂଜା କରିଥିଲେ। ପୂର୍ବାହ୍ନରୁ ସ୍ନାନା ଦି କର୍ମଶେଷ କରି ଦୁଆରମୁହଁରେ ମହିଳାମାନେ ଚିକିଟା ମାଟିରେ ମହିଳାମାନେ ପନ୍ଥେଇ ନିର୍ମାଣ କରିଥିଲେ। ହୂଳହୂଳି ଧ୍ୱନୀରେ କମ୍ପୁଥିଲା। ଦାଣ୍ଡ ବାଟରେ ନିର୍ମିତ ହୋଇଥିଲା ପନ୍ଥେଇ ୪ ପଟେ ମାଟିରେ ବନ୍ଧଦେଇ ବାଡ ନିର୍ମାଣ କରିଥିବା ବେଳେ ମଝିରେ ଗର୍ତ କରି ପନ୍ଥେଇ ନିର୍ମାଣ କରାଯାଇଥିଲା। ମହିଳା ମାନେ ବିଭିନ୍ନ ଭୋଗରାଗ ଫଳମୂଳ ମଙ୍ଗଳାଙ୍କୁ ଅର୍ପଣ କରିଥିଲେ ପନ୍ଥେଇ ମଝିରେ ଫଳମୂଳ ଓ ଖିର କଦଳୀ ଫଳ ମୂଳ ଆଦି ଢଳା ଯାଇଥିଲା।ପୂଜା ସମାପ୍ତ ପରେ ମହିଳା ମାନେ ଏହି ଭୋଗକୁ ବାଣ୍ଟି ନେଇଥିଲେ। ହୁଳହୂଳୀ ଓ ଖଙ୍ଖ ଧ୍ୱନୀରେ ଶେଷ ହୋଇଥିଲା ପ୍ରଥମ ପାଳିର ପନ୍ଥେଇ ପୂଜା। ଓଡିଆ ପରମ୍ପରାରେ ଚୈତ୍ର ମଙ୍ଗଳବାର ପୂଜା ଅତ୍ୟନ୍ତ ଶୁଦ୍ଧପୁତ ଭାବେ ପ୍ରତ୍ୟେକ ମଙ୍ଗଳବାର ପାଳିତ ହୋଇଥାଏ। ସନ୍ତାନ ସନ୍ତତି ଙ୍କର ମଙ୍ଗଳକାମନା କରି ପଥର ମା’ ମଙ୍ଗଳାଙ୍କ ଉଦ୍ଦେଶ୍ୟରେ ଏହି ପୂଜା କରାଯାଇଥାଏ ବୋଲି ମତଦିଅନ୍ତି ଗବେଷକ।

 

Source- Bijay Pattanaik

Related Posts

About The Author

Add Comment