ଜଗତସିଂହପୁର, (ସନ୍ଧାନ ନିୟୁଜ/କେ ଦାସ) ଜଗତସିଂହପୁର ଜିଲ୍ଲା ତିତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ତାରତୋଲ ନିକଟରେ ଚେଳିତୋଲ ବାଲିଯାତ୍ରା ଉଦଘାଟିତ ହୋଇଯଇଛି । ଏଥିରେ ବିଧାୟକ ବିଷ୍ଣୁ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାରମ୍ପାରିକ ଭାବେ ବୋଇତବନ୍ଧାଣ କରିବା ସହିତ ଏହାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଡିଓ ରଂଜନ କୁମାର ପରିଡା, ତହସିଲଦାର ସୁଜାତା ପାତ୍ର ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ଏହି ଅବସରରେ ରଘୁନାଥପୁର ବ୍ଲକ ଅଧ୍ୟକ୍ଷ, ଆତ୍ମା ଅଧ୍ୟକ୍ଷ, ତିତ୍ତୋଲ ବ୍ଲକ ଅଧ୍ୟକ୍ଷ ବହୁ ବରିଷ୍ଠ ପାଦାଧିକାରୀ ଏବଂ ଜନସାଧରଣ ଉପସ୍ଥିତ ଥିଲେ ।
ଚେଳିତୋଳ ବାଲିଯାତ୍ରା ଉଦଘାଟିତ
|
November 13, 2019 |
