ଚେ।ର ମାନଙ୍କ ଟାର୍ଗେଟରେ ଦଶରଥପୁର ଲୁଟିନେଲେ ସୁନା ଟଙ୍କା

Spread the love

ଯାଜପୁର ସଦର, ୩୧/୩/୨୬ (ସନ୍ଧାନ ନ୍ୟୁଜ ) :ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅଞ୍ଚଳରେ ଚୋର ମାନଙ୍କ ପାଦୁର୍ଭାବ ବଢୁଥିବା ବେଳେ ଦଶରଥ ପୁରକୁ ଟାର୍ଗେଟରେ ରଖିଛନ୍ତି। ଏହି ଲୁଟେରା ମାନେ ଯାହାକି ଆରୁହାରୁ ସୁନା,ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ଦଶରଥପୁର ଥାନାକୁ ଚେ।ର ମାନେ ଚ୍ୟାଲେଞ୍ଚ ଚେ।ରି କରୁଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନା ସୂଚନାଯୋଗ୍ୟ ଯେ ଗତ ୨ ବର୍ଷ ହେବ ଚୋର ମାନେ ତାଙ୍କ ଟାର୍ଗେଟରେ ରହିଥିବା ବେଳେ ଚୋରି ସଂଖ୍ୟା ଏ ନେଇ ବଢିବାରେ ଲାଗିଛି । ଶହେରୁ ଘର ମାନଙ୍କରେ ଲୁଟ କରି ଫେରାର ହେଉଥିବା ଜଣାଯାଇଛି । ଏ ନେଇ ମାସକୁ ୧୦ ରୁ ଅଧିକ ଘରେ ଚୋରି ହେଉଛି । ସାଇଣ୍ଟଫିକ୍ ଡ୍ରକ୍ସ ସ୍କୋଡ଼ ଧରି ପୋଲିସ ସନ୍ଧାନ କରୁଥିବା ବେଳେ ଦଶରଥ ପୁର ଥାନା ଥାନା ପୋଲିସ ଚୋର ସନ୍ଧାନ ପାଉନାହିଁ । ଘଟଣାରୁ ପ୍ରକାଶ ଯେ ଆରୁହା ଗ୍ରାମର ଗିରିଧାରି ଭଞ୍ଜଙ୍କ ଘରୁ ଚୋର ମାନେ ବଡ଼ ଧରଣର ଚୋରି କରିଥିବା ଜଣାଯାଇଛି । ଗିରିଧାରି ପରିବାର ଘରେ ନଥିବାର ସୁଯୋଗ ନେଇ ବିଳମ୍ବିତ ରାତିରେ ଗିରିଧାରି ଗ୍ରିଲ ଭାଙ୍ଗି ଘରେ କଳାକନା ବୁଲାଇଥିଲେ। । ଘରୁ ୭୫ ହଜାର ଟଙ୍କା ସହିତ ୧୫ ଭରିରୁ ଅଧିକ ସୁନା ଅଳଙ୍କାର ଲୁଟ କରିଥିଲେ । ଏ ନେଇ ଗିରିଧାରି ଭୁବନେଶ୍ୱରରୁ ଆସି ଦେଖିଲା ବେଳକୁ ଘରେ ଚୋର ମାନେ କଳାକନା ବୁଲାଇଥିବା ଦେଖିବାକୁ ପାଇଥିଲେ । ଏ ନେଇ ଗିରିଧାରି ଦଶରଥପୁର ଥାନାରେ ଅଭିଯୋଗ କରିଥିବା ବେଳେ ଦଶରଥପୁର ପୋଲିସ୍‌ ର ପାରିବା ପଣିଆ ପାଣ୍ଡରେ ପଡି ହାଟରେ ଗଡୁଛି । ନାମକୁ ମାତ୍ର ତଦନ୍ତ କରୁଛି । ଏନେଇ ସ୍ଥାନୀୟ ଲୋକେ ଭୟରେ ରହିଥିବା ବେଳେ ଯାଜପୁର ଏସ୍‌ପି ଏକ ସ୍କୋଡ ଗଠନ କରି ଧନ ଜୀବନ ଲୋକମାନଙ୍କର ରକ୍ଷା କରିବା ପାଇଁ ଏସପିଙ୍କ ନିକଟର ଗ୍ରାମବାସୀ ମାନେ ଦାବି କରିଛନ୍ତି । ଦକ୍ଷ ପୋଲିସ୍ ଅଫିସର ଦଶରଥ ପୁର ଥାନାକୁ ପୋଷ୍ଟିଙ୍ଗ ଦେବା ପାଇଁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment