ଚୂଡ଼ାନ୍ତ ସର୍ଭେ ପାଇଁ ମଞ୍ଜୁରୀ ସ୍ୱାଗତ ଯୋଗ୍ୟ ଶୀଘ୍ର ସର୍ଭେ କାମ ଶେଷ କରି ରେଳପଥ ନିର୍ମାଣ ପାଇଁ ଦାବି

Spread the love

ଯାଜପୁର: ୧୨/୦୯: (ସନ୍ଧାନ ନିଉଜ): ଯାଜପୁରରୋଡ଼-ଧାମରା ଭାୟା ଯାଜପୁର ଟାଉନ ଓ ଆରଡ଼ି ରେଳପଥର ଚୂଡ଼ାନ୍ତ ସର୍ଭେ ପାଇଁ ରେଳବାଇ ବୋର୍ଡ଼ ମଂଜୁରୀ ପ୍ରଦାନ କରିଥିବାରୁ ସଂଗ୍ରାମ ସମିତି ତାକୁ ସ୍ୱାଗତ କରାଯାଇଛି । ମାନନୀୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଦିଗରେ ପଦକ୍ଷେପ ଗ୍ରହଣ କରିଥିବାରୁ ଯାଜପୁର ରୋଡ଼-ଧାମରା ଳେପଥ ସଂଗ୍ରାମ ସମିତି ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଗତ ଅଗଷ୍ଟ ୪ ତାରିଖରେ ନୂଆଦିଲ୍ଲୀରେ ରେଳ ଭବନ ସମ୍ମୁଖରେ (ଯନ୍ତରମନ୍ତର) ସଂଗ୍ରାମ ସମିତି ପକ୍ଷରୁ ଗଣଧାରଣା ସଂଗଠିତ କରାଯାଇଥିଲା । ଏହାପରେ ସଂଗ୍ରାମ ସମିତର ପ୍ରତିନିଧି ଦଳ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ସାକ୍ଷାତକରି ସ୍ମାରକ ପତ୍ର ପ୍ରଦାନ କରି ତାଙ୍କ ସହ ସବିଶେଷ ଆଲାଚନା କରିଥିଲେ । ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଓ ସଂଗ୍ରାମ ସମିତିର ଆବାହକ ସନ୍ତୋଷ ଦାସଙ୍କ ସମେତ ସର୍ବଶ୍ରୀ ସନ୍ତୋଷ ନନ୍ଦ, ପଦ୍ମାକର ଗୁରୁ, ମଳୟ ପଣ୍ଡା, ପ୍ରଫୁଲ୍ଲ ନାୟକ, ବିଜୟ ନାୟକ, ଦେବେନ୍ଦ୍ର ପଣ୍ଡା ଓ ସରୋଜ ବିଶ୍ୱାଳଙ୍କ ସମେତ ଏକ ୧୫ ଜଣିଆ ପ୍ରତିନିଧି ଦଳ ଉଭୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ରେଳ ସଂଯୋଗ ପାଇଁ ଦୀର୍ଘ ୫୦ ବର୍ଷ ଧରି ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଯାଜପୁର ରୋଡ଼, ଭଦ୍ରକ, ଧାମରାରେ ରେଳପଥରେ ରୋଳ ରୋକ ଆନ୍ଦୋଳ କରାଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ପ୍ରାକ୍ତନ ସାସଂଦ ବୈଷ୍ଣବ ଚରଣ ପରିଡ଼ା, ପୂର୍ବତନ ସାସଂଦ ଅଂଚଳ ଦାସ, ସଂଗ୍ରାମ ସମିତିର ଅବାହକ ସନ୍ତୋଷ ଦାସ, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ପଦ୍ମାକର ଗୁରୁ, ପ୍ରଫୁଲ୍ଳ ବରାଳ, ସୁଭ୍ରାଂଶୁ ଶେଖର ରାୟ, ମଳୟ ପଣ୍ଡା, ସତ୍ୟପ୍ରକାଶ ବେହୁରିଆ, ପ୍ରଫୁଲ୍ଲ ନାୟକ, ଭାଷ୍କର ମହାନ୍ତି, ଦୁର୍ଯ୍ୟୋଧନ ବେହେରା, ବିଭୂତି ମହାପାତ୍ର ପ୍ରମୁଖ ନେତୃତ୍ୱକାରୀ ଭୂମିକା ପାଳନ କରିଛନ୍ତି ।ରେଳବାଇ ବୋର୍ଡ଼ ପକ୍ଷରୁ ଚୂଡ଼ାନ୍ତ ସର୍ଭେ ପାଇଁ ମଞ୍ଜୁରୀକୁ ଯାଜପୁର ରୋଡ-ଧାମରା ରେଳପଥ ସଂଗ୍ରାମ ସମିତି ସ୍ୱାଗତ କରିବା ଅବସରରେ ତୁରନ୍ତ ଏହି ସର୍ଭେ କାର୍ଯ୍ୟ ସମାପ୍ତ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରାଯାଇଛି । ରେଳପଥ ନିର୍ମାଣ ପୂର୍ଣ୍ଣାଙ୍ଗ ରୂପ ନେବା ପାଇଁ ସଂଗ୍ରାମ ସମିତି ନିଜର ସଂଗ୍ରାମ ଜାରି ରଖିବ ବୋଲି ଘୋଷଣା କରାଯାଇଛି । ଏହି ସଂଗ୍ରାମ ଗୋଟିଏ ପାହାଚ ଅଗ୍ରସର ହେବା ଅବସରରେ ଯାଜପୁର ଓ ଭଦ୍ରକ ଜିଲ୍ଲାର ଜନସାଧାରଣ, ସମ୍ବାଦିକ ବନ୍ଧୁଗଣ ତଥା ପ୍ରିଣ୍ଟ ଓ ଇଲେକ୍‌ଟ୍ରୋନିକ ଗଣ ମାଧ୍ୟମରେ ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସଂଗ୍ରାମରେ ସାମିଲ ହେଇଥିବା ପ୍ରତ୍ୟେକ ନାଗରିକଙ୍କ ପ୍ରତି ସଂଗ୍ରାମ ସମିତି ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଯିବା ସହିତ ସଂଗ୍ରାମ ସମିତି ନିଜର ସଂଗ୍ରାମ ଜାରି ରଖିବା ସହିତ ଅକ୍ଟୋବର ୯ ରେ ଏକ ଗଣ ସମ୍ମିଳନି ସଂଗ୍ରାମ ସମିତି ପକ୍ଷରୁ ଆୟୋଜନ କରାଯିବା ପାଇଁ ନିଷ୍ପତି ହୋଇଥିବା ସୂଚନା ମିଳିଛି ।

Related Posts

About The Author

Add Comment