ଚିଦାମ୍ବରମଙ୍କୁ ଝଟ୍‌କା: ଜାମିନ ଆବେଦନ ଖାରଜ

Spread the love

ନୂଆଦିଲ୍ଲୀ  ୨୬/୮ (ସନ୍ଧାନ ନିଉଜ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଲାଗିଛି ଜୋରଦାର ଝଟ୍‌କା।ସୋମବାର ଦିନ ସୁପ୍ରିମକୋର୍ଟ ଚିଦାମ୍ବରମଙ୍କ ସିବିଆଇ ମାମଲାର ଆବେଦନକୁ ଖାରଜ କରି ଦେଇଛନ୍ତି।ସିବିଆଇ ଦ୍ୱାରା ଚିଦାମ୍ବରମ ଗିରଫ ହେବା ପରେ ତାଙ୍କ ଆବେଦନ ବ୍ୟର୍ଥ ବୋଲି କହି କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି।ତେବେ ଚିଦାମ୍ବରଙ୍କ ଓକିଲ କିପଲ ଶିବଲ ଓ ଅଭିଶେକ ମନୁ ସିଂଘବି ତର୍କ ରଖିଥିଲେ କି ମାମଲା ବିଚାରଧୀନ ଥିବା ଅବସ୍ଥାରେ ସିବିଆଇ ଚିଦାମ୍ବରମଙ୍କୁ ଗିରଫ କରିବା ଅନୁଚିତ ଥିଲା।କିନ୍ତୁ, କୋର୍ଟ ଏମାନଙ୍କ ଦଲିଲକୁ ଗ୍ରହଣ ନକରି, ଆବେଦନକୁ ଖାରଜ କରି ଦେଇଛନ୍ତି।ସୂଚନାଯୋଗ୍ୟ, ହାଇକୋର୍ଟଙ୍କ ଦ୍ୱାରା ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନ ରଦ୍ଦ କରାଯିବା ନିଷ୍ପତ୍ତି ବିରୋଧରେ କରାଯାଇଥିବା ଆବେଦନକୁ ନେଇ ସୁପ୍ରିମକୋର୍ଟର ଜଷ୍ଟିସ ଭାନୁମତି ଶୁଣାଣି ସମୟରେ କହିଥିଲେ କି ସୁପ୍ରିମକୋର୍ଟ ସମ୍ବିଧାନ ପୀଠର ନିଷ୍ପତ୍ତି ହେଉଛି ଗୋଟିଏ ଥର ଗିରଫ ହେବା ପରେ ଆଗୁଆ ଜାମିନ ଆବେଦନ ବ୍ୟର୍ଥ ହୋଇଥାଏ।

Related Posts

About The Author

Add Comment