ଯାଜପୁର ଜିଲ୍ଲାର ବରୀ ଓ ପୁରୀର ଗୋପରେ ଜବାବ୍ ମାଗୁଛି ଓଡିଶା ଅଭିଯାନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ
– ୧୯ ବର୍ଷ ଶାସନକୁ ୧୯ ମସିହାରେ ପ୍ରତ୍ୟାଖାନ କରିବ ଓଡ଼ିଶା
– କାଳିଆ ଯୋଜନାରେ ଚାଷୀ ବଦଳରେ ତାଲିକାରେ ରହିଛି ମନ୍ତ୍ରୀ ଓ ଶାସକ ଦଳର ବିଧାୟକଙ୍କ ଭାଇଙ୍କ ନାମ
– ନବୀନ ଓ ନିରଞ୍ଜନ ଉଭୟଙ୍କୁ ଚଳାଉଛନ୍ତି ଖଣିମାଫିଆ
– ବିଧାୟକ ଓ ସେମାନଙ୍କ ଚେଲାଚପାତି ମାନେ ଏବେ ପିସି ନେବାରେ ବ୍ୟସ୍ତ ରହିଛନ୍ତି
– ବରୀ ମାଟିର ବଳିଦାନ ଓଡିଆ ଲୋକମାନେ କେବେ ଭୁଲିପାରିବେ ନାହିଁ
– ଆଜି ଚାଷୀ ଭାଇମାନେ ଏକାଠି ହୋଇଛନ୍ତି ଭୁବନେଶ୍ୱରରେ ବସିଥିବା ସରକାରକୁ ଜବାବ ମାଗିବା ପାଇଁ
– ଓଡିଶାରେ ନରେନ୍ଦ୍ର ମୋଦିଙ୍କ ସରକାର ହେବା ପରେ ପାଖାପାଖି ୧୦ ଲକ୍ଷ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାକୁ ଦିଆଯାଇଛି
– ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯାଜପୁର ଜିଲ୍ଲାରେ ୬୩ ହଜାରରୁ ଅଧିକ ଘର ଦିଆଯାଇଛି
– ନରେନ୍ଦ୍ର ମୋଦି ଯାଜପୁର ଜିଲ୍ଲାକୁ ଦେଉଥିବା ଘର ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଁଚିନାହିଁ
– ବିଧାୟକ ଓ ଦଲାଲ ମାନଙ୍କୁ ହାତଗୁଞ୍ଜା ନ ଦେଲେ ଘର ନିର୍ମାଣ ହେଉନାହିଁ
– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଜପୁର ଜିଲ୍ଲା ପାଇଁ ଏକ ମେଡିକାଲ କଲେଜ ଦେଲେ
– ପିପିଲି ଦଳିତ ଝିଅର ଅଭିଶାପ ବିଜେଡି ସରକାର ଉପରେ ପଡିବ
– ଏହି ସଭାର ଉନ୍ମାଦନା ଆଗାମୀ ଦିନରେ ରାଜନୈତିକ ପରିବର୍ତ୍ତନ କରିବାର ସୂଚନା ଦେଉଛି
ଯାଜପୁର/ବରୀ/ପୁରୀ, ୧/୨(ସନ୍ଧାନ ନିୟୁଜ) – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଂଗ୍ରେସ ଦଳ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ସମାନତା ହେଉଛି ଉଭୟ ପଟ୍ଟନାୟକ। ଉଭୟଙ୍କୁ ଖଣି ମାଫିଆ ଚଲାଉଛନ୍ତି। ଅନ୍ୟପଟେ ଚିଟଫଣ୍ଡର ଦଲାଲମାନେ ଓ ଦୁର୍ନୀତିଗ୍ରସ୍ତ ଲୋକମାନେ ମଧ୍ୟ ସରକାରଙ୍କୁ ଚଳାଉଛନ୍ତି। ଗତ ୧୯ ବର୍ଷ ଧରି ରାଜ୍ୟରେ ଏକ ଅପାରଗ, ସ୍ଥାଣୁ, ସମ୍ଭେଦନହୀନ ସରକାର ଚାଲୁଛି। ଏ ସରକାରକୁ ପରିବର୍ତ୍ତନ କରି ନୂଆ ଓଡିଶା ଗଢିବା ପାଇଁ ସମୟ ଆସିଯାଇଛି। ୧୯ ବର୍ଷ ଶାସନକୁ ୧୯ ମସିହାରେ ଓଡ଼ିଶା ପ୍ରତ୍ୟାଖାନ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀ କହିଲେ କାଳିଆ ଯୋଜନାରେ ଜଣେ ହେଲେ ଚାଷୀ ବଂଚିତ ହେବେନାହିଁ। କିନ୍ତୁ କାଳିଆ ଯୋଜନାରେ ଚାଷୀ ବଦଳରେ ତାଲିକାରେ ରହିଛି ମନ୍ତ୍ରୀ ଓ ଶାସକ ଦଳର ବିଧାୟକଙ୍କ ଭାଇଙ୍କ ନାମ। ଯାହା ଗଣମାଧ୍ୟମରେ ପ୍ରକାଶ ପାଇଛି। ୧୯ ବର୍ଷ ଶାସନରେ ରହିଥିବା ଏ ସରକାରର ଅସଲମୁଖା ପଦାରେ ପଡିଛି। ତେଣୁ ଏ ସରକାରଙ୍କୁ ପରିବର୍ତ୍ତନ କରିବାର ସମୟ ଆସିଛି ବୋଲି ସେ କହିଛନ୍ତି।
ଯାଜପୁର ଜିଲ୍ଲାର ବରୀ ଓ ପୁରୀ ଜିଲ୍ଲାର ଗୋପରେ ଆୟୋଜିତ ଜବାବ୍ ମାଗୁଛି ଓଡିଶା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ୧୯ ବର୍ଷ ସରକାରରେ ରହିଥିବା ବିଜେଡି ସରକାର ଲୋକମାନଙ୍କୁ ପିଇବାପାଣି, ଚାଷଜମିକୁ ଜଳସେଚନ, ଡାକ୍ତରଖାନାକୁ ଡାକ୍ତର, ବିଦ୍ୟାଳୟକୁ ଶିକ୍ଷକ ଦେବାରେ ବିଫଳ ହୋଇଛନ୍ତି। ବିଧାୟକ ଓ ସେମାନଙ୍କ ଚେଲାଚପାତି ମାନେ ଏବେ ପିସି ନେବାରେ ବ୍ୟସ୍ତ ରହିଛନ୍ତି। ପିସି ନେଉଥିବା ଏହି ସରକାରକୁ ଆଜି ଜବାବ ମାଗିବାର ସମୟ ଆସିଛି ବୋଲି ସେ କହିଛନ୍ତି।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ବରୀର ବଳିଦାନ ଓଡିଆ ଲୋକମାନେ କେବେ ଭୁଲିପାରିବେ ନାହିଁ। ଏହି ପବିତ୍ର ବରୀ ମାଟିକୁ ଆସିଥିବାରୁ ସେ ସୌଭାଗ୍ୟ ମନେ କରୁଛନ୍ତି। ଗତ ଜାନୁଆରୀ ୨୧ ତାରିଖରେ ବରୀ ବ୍ଲକର ଅଙ୍ଗଲା ପଂଚାୟତରେ ବାନାମ୍ବର ସାମଲ ନାମକ ଜଣେ ଚାଷୀ ଫସଲ ନଷ୍ଟ ସହ ହାତ ଉଧାରୀ ଥିବା କାରଣରୁ ଆତ୍ମହତ୍ୟା କଲା। ସାରା ରାଜ୍ୟରେ ଆଜି ଏପରି ସ୍ଥିତି। ଆଜି ଚାଷୀ ଭାଇମାନେ ଏକାଠୀ ହୋଇଛନ୍ତି ଭୁବନେଶ୍ୱରରେ ବସିଥିବା ସରକାରକୁ ଜବାବ ମାଗିବା ପାଇଁ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏଠାକୁ ଆସିବା ବେଳେ ଜଣେ ଦଳିତ ଭାଇ ଶିବ ମଲ୍ଲିକ ପ୍ରଶ୍ନ ପଚାରିଲା ମୋର ଘର ଖଣ୍ଡିଏ ନାହିଁ। ଏ ଅଂଚଳରେ ବସବାସ କରୁଥିବା ଅନେକ ଲୋକମାନଙ୍କ ମନରେ ଆଜି ପ୍ରଶ୍ନ ଅଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଙ୍କୁ କେବେ ମିଳିବ। ଓଡିଶାରେ ନରେନ୍ଦ୍ର ମୋଦିଙ୍କ ସରକାର ହେବା ପରେ ପାଖାପାଖି ୧୦ ଲକ୍ଷ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାକୁ ଦିଆଯାଇଛି। ମାତ୍ର ଏଠାରେ ପିସି ସରକାର ଗରିବ ମାନଙ୍କୁ ତାଙ୍କର ହକ୍ ଦେଉନାହାନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯାଜପୁର ଜିଲ୍ଲାରେ ୬୩ ହଜାରରୁ ଅଧିକ ଘର ଦିଆଯାଇଛି। କିନ୍ତୁ ନରେନ୍ଦ୍ର ମୋଦି ଯାଜପୁର ଜିଲ୍ଲାକୁ ଦେଉଥିବା ଘର ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଁଚିନାହିଁ ା ବରୀ ବ୍ଲକରେ ବିନା ପିସିରେ ସରକାରୀ ଘର ମିଳୁନାହିଁ। ବିଧାୟକ ଓ ଦଲାଲ ମାନଙ୍କୁ ହାତଗୁଞ୍ଜା ନ ଦେଲେ ଘର ନିର୍ମାଣ ହେଉନାହିଁ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଜପୁର ଜିଲ୍ଲା ପାଇଁ ଏକ ମେଡିକାଲ କଲେଜ ଦେଲେ। ଯାଜପୁର ଜିଲ୍ଲାରେ ମୋଟ ୨୦୭ଟି ଡାକ୍ତର ପଦବୀ ଅଛି। କିନ୍ତୁ ଏ ଅଂଚଳରେ ଡାକ୍ତର ନାହାନ୍ତି। ଏଠିକାର ଜନପ୍ରତିନିଧୀ କୁଆଡେ ମୁଖ୍ୟମନ୍ତ୍ରୀଙ୍କର ରାତିଅଧିଆ ବନ୍ଧୁ। ଦେବାଶିଷ ବାବୁ ଙ୍କ ମନ ଭିତରେ ଦମ୍ଭ ଅଛି ସେ କୁଆଡେ ନବୀନ ବାବୁଙ୍କ ପାଖ ଲୋକ। କିନ୍ତୁ ବରୀରେ ଜଳସେଚନ ପାଇଁ ପାଣି ନାହି, ବିଜୁଳି ନାହିଁ, ପିଇବା ପାଇଁ ପାଣି ନାହିଁ, ଡାକ୍ତର ନାହାନ୍ତି, ବିଜୁଳି ନାହିଁ। ଏହାର ଜବାବ ଆଜି ସରକାରଙ୍କୁ ଦେବାକୁ ପଡିବ ବୋଲି ସେ କହିଛନ୍ତି।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଏହା ଚଷାଚାଷୀର ଅଂଚଳ ହୋଇଥିଲେ ମଧ୍ୟ ବରୀ ଅଂଚଳର ଚାଷୀ ମାନେ ଧାନ କ୍ୱିଂଟାଲ ପ୍ରତି ୧୦୦୦ ରୁ ୧୨୦୦ ଟଙ୍କାରେ ଦଲାଲଙ୍କ ପାଖରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।
ଏଥିରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ହିସାବ ନେବା ପାଇଁ ଯାଉଛନ୍ତି। ନରେନ୍ଦ୍ର ମୋଦି ଚାଷୀ ମାନଙ୍କ ପାଇଁ ଧାନ କ୍ୱିଂଟାଲ ପିଛା ୧୭୫୦ ଟଙ୍କା ଦେଲେ। ନବୀନ ବାବୁ ୧୨୦୦ ଟଙ୍କା ଦ୍ୱାରା ଚାଷୀଙ୍କ ଠାରୁ ଧାନ କିଣିଲେ। ଆଉ ସାଢେ ୫୦୦ ଟଙ୍କା କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଗରିବ ଘରୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଜପୁରରେ ଗରିବ ମାଆ ଓ ଭଉଣୀଙ୍କ ପାଇଁ ଶୌଚାଳୟ ବନେଇବାର ଯୋଜନା କଲେ। କିନ୍ତୁ ଏଠାରେ ଦେବାଶିଷ ବାବୁ ଓ ନବୀନ ବାବୁ ଗରୀବ ମାଆମାନଙ୍କ କଷ୍ଟ ଜାଣିନାହାନ୍ତି। ତାଙ୍କ ଚେଲା ଚାମୁଣ୍ଡା ମାନେ ୨ ହଜାର ଟଙ୍କା ନନେଲେ ସ୍ୱଚ୍ଛ ଭାରତରେ ପାଇଖାନା ବନାଉନାହାନ୍ତି। ଏଥିପାଇଁ ବରୀ ପରିବର୍ତ୍ତନ ପାଇଁ ମନବନେଇ ସାରିଲାଣି। ଏହି ସଭାର ଉନ୍ମାଦନା ଆଗାମୀ ଦିନରେ ରାଜନୈତିକ ପରିବର୍ତ୍ତନ କରିବାର ସୂଚନା ଦେଉଛି ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଘର ଠାରୁ ୨୫ କିମି ଦୂର ପିପିଲିରେ ଦଳିତ ଝିଅ ସରକାର ଦଳର ଆକ୍ରୋଶର ଶିକାର ହୋଇ ଗଣଧର୍ଷଣର ଶୀକାର ହେଲା। ପ୍ରମାଣ ଅଭାବରୁ ଅଭିଯୁକ୍ତମାନେ ନର୍ଦୋଶରେ ଖଲାସ ହେଲେ। ଏଥିରେ ନବୀନ ବାବୁ ନାରୀକୁ ସଶକ୍ତିକରଣ କରୁଥିବା କହୁଛନ୍ତି। ଦଳିତ ଝିଅର ଅଭିଶାପ ସରକାରୀ ଦଳ ଉପରେ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାର ପୁଞ୍ଜି ହେଲା ଓଡିଶାର ସମୁଦ୍ର। ଏହି ସମୁଦ୍ର ଉପକୂଳରୁ ଓଡିଆମାନେ ବିଶ୍ୱର ବିଭିନ୍ନ ଜାଗାକୁ ଯାଇ ବ୍ୟବସାୟ କରିଥିଲେ। ଏହି ପରିପ୍ରେକ୍ଷୀରେ ସେହି ସମୁଦ୍ର କୂଳରେ ନୂଆ ଅର୍ଥନୀତି ତିଆରି ହେଉ, ପର୍ଯ୍ୟଟନ ବଢୁ, ପରିବେଶ ଠିକ୍ ରହିବା ସହିତ ବ୍ୟବସାୟ ବଢିବା ଚିନ୍ତା ନେଇ ଉପକୂଳ ରାଜପଥର ପରିକଳ୍ପନା ମୋଦି ସରକାର କଲେ। ୪୧୫ କିମିର ଉପକୂଳ ରାଜପଥ ସମୁଦ୍ର ପାଖାପାଖି ଅଂଚଳକୁ ନେଇ ଯିବ। କେନ୍ଦ୍ର ସରକାର ପାଖାପାଖି ୪୧୫ କିମି ରାସ୍ତାର ସବୁଠୁ ବଡ ଭାଗ ପୁରୀ ଜିଲ୍ଲା ଦେଇ ଯିବ। ବହ୍ମଗିରି ସାତପଡାରୁ ଜହ୍ନିକୁଦ କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ନଦୀରେ ଚିଲିକା ଉପରେ ବ୍ରିଜ କୋଣାର୍କର ମେରାଇନ ଡ୍ରାଇଭ ଦେଇ ପାରାଦୀପ ଆଡକୁ ପଶ୍ଚିମ ବଙ୍ଗ ପର୍ଯ୍ୟନ୍ତ ଯିବ। ମାତ୍ର ରାଜ୍ୟ ସରକାରଙ୍କୁ ବାରମ୍ବାର କହିଲା ପରେ ଚିଠି ଲେଖିବା ପରେ ଏଥିପାଇଁ ସହଯୋଗ କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଏ ଜିଲ୍ଲାର ଜଣେ ଦୁଇ ଜଣ ଜନପ୍ରତିନିଧି ବା ଚିଟଫଣ୍ଡ କାରବାରରେ ସଂଶ୍ଲିଷ୍ଟ ଜନପ୍ରତିନିଧିମାନେ କେନ୍ଦ୍ର ସରକାରଙ୍କ ଯୋଜନାକୁ ଭଣ୍ଡୁର କରିବା ପାଇଁ ଆପ୍ରାଣେ ଚେଷ୍ଟା କରୁଛନ୍ତି। ପୁରୀ ଜିଲ୍ଲା, ବ୍ରହ୍ମଗିରି, ସାତପଡା, କୃଷ୍ଣପ୍ରସାଦ ସ୍ୱାର୍ଥରେ ମେରାଇନ ଡ୍ରାଇଭ ଜାତୀୟ ରାଜପଥରେ ପରିଣତ ହେଉ ଏବଂ ପୁରୀ ସଦର ବ୍ଲକ ବିଶ୍ୱସ୍ତରୀୟ ଅଂଚଳରେ ପରିବର୍ତ୍ତନ ହେଉ ବୋଲି ସେ କହିଛନ୍ତି।
୯୫୫୫୨୨୭୨୨୭ କୁ କଲ କରି ଜବାବ ମାଗୁଛି ଓଡିଶା ଅଭିଯାନରେ ସାମିଲ ହୋଇ ଓଡିଶା ସରକାରକୁ ଜବାବ ମାଗିବା ପାଇଁ ଆଗେଇ ଆସିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ।