ସୁନ୍ଦରଗଡ ତା:୨୨/୧୨/୨୦୨୫( ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ସବଡେଗା ବ୍ଲକ ରେ ରହିଛି ପ୍ରାଥମିକ ଚିକିତ୍ସାଳୟ ହେଲେ ଏହି ଚିକିତ୍ସାଳୟରେ ଅଞ୍ଚଳ ତଥା ପଡ଼ୋଶୀ ରାଜ୍ୟ ଯଥା ଛତିଶଗଡ଼,ଝାଡ଼ଖଣ୍ଡ ସୀମା ଲାଗି ରହିଥିବା କାରଣରୁ ଅନେକ ରୋଗୀ ଚିକିତ୍ସା ପାଇଁ ନିର୍ଭର କରନ୍ତି । ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ି ଚାଲୁଥିବା ବେଳେ ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ପାଇଁ ଏକ୍ସ-ରେ ର ସୁବିଧା ନ ଥିବା ରୋଗୀଙ୍କ ପାଇଁ କାଳ ସାଜିଛି ।ନିୟମିତ ଭାବରେ ଦୁର୍ଘଟଣା ଜନିତ ରୋଗୀ ଆସୁଥିବା ବେଳେ ସବୁବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମୁହାଁ ହେବା ଅଞ୍ଚଳର ଚିକିତ୍ସା ବ୍ୟବସ୍ଥା ଉପରେ ଏକ ବଡ ପ୍ରଶ୍ନ ପାଲଟିଛି । ବିଭିନ୍ନ ସମୟରେ ଏହି ଏକ୍ସ-ରେ ସୁବିଧା କୁ ନେଇ ଲୋକେ ବିଭାଗୀୟ କତୃପକ୍ଷ ଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁ ନାହିଁ । ଅନେକ ଲୋକ ଖର୍ଚ୍ଚାନ୍ତରେ ପଡୁଥିବା ବେଳେ ଅନେକ ଟଙ୍କା ନ ହେବା କାରଣରୁ ଅସୁବିଧା ଭୋଗୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଅଞ୍ଚଳର ରୋଗୀ ତଥା ଦୂର ଦୁରାନ୍ତାରରୁ ଆସୁଥିବା ରୋଗୀ ପଥଭ୍ରାନ୍ତ ହୋଇ ଗ୍ରାମାଞ୍ଚଳ ରେ ଖୋଲିଥିବା ଛୋଟ ଛୋଟ କ୍ଲିନିକ୍ ର ଆଶ୍ରୟ ନେଇ ଅନେକାଂଶରେ ପୀଡ଼ିତ ହୋଇ ମୃତ୍ୟୁ ମୁଖରେ ପଡୁଥିବା ସୂଚନା ରହିଛି । ଏହି କାରଣରୁ ସବଡେଗା ଏକ ଏକ୍ସ-ରେ ମେସିନ ର ସୁବିଧା କରାଯିବାକୁ ସାଧାରଣରେ ଦାବି ହେଉଥିବା ଜଣାପଡିଛି ।
ଚିକିତ୍ସା ନାଆଁ ରେ ଚାଲିଛି ପ୍ରହସନ,ରୋଗୀ ହେଉଛନ୍ତି ହନ୍ତସନ୍ତ
|
December 22, 2025 |



