ଚିକିତ୍ସା ଅବହେଳାରୁ ଆଖି ବୁଝିଲେ ବଅଁରପାଳ ବ୍ଳକ ତଳମୂଳ ଜିଆରଏସ୍ ଜ୍ୟୋତି ପ୍ରକାଶ ଦ୍ବିବେଦୀ

Spread the love

ଉକ୍ତ କାଣ୍ଡରେ ସୁରକ୍ଷା କର୍ମୀଙ୍କ ଭୂମିକା ଅତୁଳନୀୟ !

ସ୍ବେଚ୍ଛାସେବୀ ବ୍ରହ୍ମଜ୍ୟୋତି ମିଶ୍ର ଙ୍କ ଫୋନ କଲକୁ ମେଡିକାଲ କର୍ତ୍ତୃପକ୍ଷ କର୍ଣ୍ଣପାତ ନକରିବାରୁ ବାଧ୍ୟ ହୋଇ ନିଜେ ରୋଗୀଙ୍କୁ ମେଡିକାଲ ଭିତରକୁ ନେଲେ ।

ଅନୁଗୁଳ, ୨୧ /0୨ (ସନ୍ଧାନ ନିଉଜ): ଗତକାଲି ପ୍ରକାଶ ଦ୍ବିବେଦୀ ନାମକ ଜଣେ ରୋଗୀ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ କେଉଁପରି ଭାବରେ ବାହାରକୁ ଚାଲି ଆସିଥିଲେ ମେଡିକାଲ ର ସୁରକ୍ଷା ବ୍ୟବସ୍ଥା ଉପରେ ବଡ ପ୍ରଶ୍ନ। ଡାକ୍ତରଖାନା ସମ୍ମୁଖରେ ଛଟପଟ ହେଉଥିବା ରୋଗୀଙ୍କୁ ସ୍ବେଚ୍ଛାସେବୀ ପ୍ରତାପ ମହାପାତ୍ର ଦେଖି ମେଡିକାଲ ମ୍ୟାନେଜର କୁ ଫୋନ କରିଥିଲେ , ଯାହାକି ମ୍ୟାନେଜର ବାବୁ ଶୁଣି ନଥିଲେ। ଯାହା ଫଳରେ ୧୨.୩୦ ସମୟରେ ପ୍ରତାପ ମହାପାତ୍ର ସ୍ବେଚ୍ଛାସେବୀ ବ୍ରହ୍ମଜ୍ୟୋତି ମିଶ୍ରଙ୍କୁ ଫୋନ କରିଥିଲେ ଓ ଏହି ଦୁଃଖଦ ଘଟଣା ବିଷୟରେ କହିଥିଲେ। ଏହାକୁ ଶୁଣି ବ୍ରହ୍ମଜ୍ୟୋତି ରୋଗୀ କଲ୍ୟାଣ ସମିତି ଦାୟିତ୍ୱରେ ଥିବା କର୍ମଚାରୀ ଦୀପକ କୁମାର ତ୍ରିପାଠୀ ଙ୍କୁ ୧୨.୩୨ ରେ ଫୋନ କରିଥିଲେ, କିନ୍ତୁ ଦୁଃଖର ବିଷୟ ବଞ୍ଚିଥିବା ରୋଗୀ ଛଟପଟ ହେଉଥିଲେ ମଧ୍ୟ  ୧.୪୦ ସମୟ ପର୍ଯ୍ୟନ୍ତ କେହି ଆସିଲେ ନାହିଁ। ଶେଷରେ ୧.୪୪ ରେ ମେଡିକାଲ ର କିଛି କର୍ମଚାରୀ ଆସି ସ୍ବେଚ୍ଛାସେବୀ ଙ୍କ ସହ ରୋଗୀଙ୍କୁ ଉଦ୍ଧାର କରି ମେଡିକାଲ ଭିତରକୁ ନେଇଥିଲେ, ହେଲେ ସେତେବେଳକୁ ରୋଗୀ ର ପ୍ରାଣବାୟୁ ଉଡି ଯାଇଥିଲା। ରୋଗୀ ଜୀବନ ବଞ୍ଚାଇବା ପାଇଁ ଡାକ୍ତରଖାନାକୁ ଆସିଥାନ୍ତି । ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀଙ୍କ ଅବହେଳା ଯୋଗୁଁ ଡ଼ାକ୍ତର ଖାନାର ମୁଖ୍ୟ ଫାଟକ ସମ୍ମୁଖରେ ତିନି ଘଣ୍ଟା ପର୍ଯ୍ୟନ୍ତ ଛଟପଟ ହୋଇ ଜଣେ ରୋଗୀର ପ୍ରାଣ ଚାଲିଗଲା ।
ଯେଉଁଠି ମେଡିକାଲ କର୍ତ୍ତୃପକ୍ଷ ରୋଗୀଙ୍କ ଭଲମନ୍ଦ ବୁଝୁନି, ରୋଗୀ କୁଆଡେ ଯାଉଛି ତାର ତଦାରଖ କରୁନି, ସେଇ ସମୟରେ ସ୍ବେଚ୍ଛାସେବୀ ବ୍ରହ୍ମଜ୍ୟୋତିଙ୍କ କଥାକୁ ମେଡିକାଲ କର୍ତ୍ତୃପକ୍ଷ କର୍ଣ୍ଣପାତ ନକରିବା ବଡ ଦୁଃଖର ବିଷୟ। ଏଠି ଚର୍ଚ୍ଚା ହୁଏ ମେଡିକାଲ କର୍ତ୍ତୃପକ୍ଷ ହିଁ ରୋଗୀଙ୍କୁ ମାରିଦେଲେ।
ତେବେ ଏଠି ଆଶ୍ଚର୍ଯ୍ୟର ବିଷୟ  ଅନୁଗୋଳ ଜିଲ୍ଲା ପ୍ରଶାସନ ଓ  ମେଡିକାଲ କତ୍ତୃପକ୍ଷଙ୍କ ଅବହେଳା କାରଣରୁ ପୂର୍ବ ରୁ ଏହି ପରି ଅନେକ ରୋଗୀ ମେଡିକାଲ ରୁ ବାହାରି ମୃତ୍ୟୁ ବରଣ କରିଛନ୍ତି ।
ବଅଁରପାଳ ବ୍ଳକ ତଳମୂଳ ପଞ୍ଚାୟତ ଗ୍ରାମର ରୋଜଗାର ସେବକ ( ଜିଆରଏସ୍ ) ଜ୍ୟୋତି ପ୍ରକାଶ ଦ୍ବିବେଦୀ ( ୫୦) କିଛି ଦିନ ତଳେ ଜ୍ୟୋତି ପ୍ରକାଶ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ଅଥୋପେଡିକ ବିଭାଗରେ ରଖି ଚିକିତ୍ସା କରାଯାଉଥିଲା । ଗତ କାଲି ସେ ଅଚାନକ ଡାକ୍ତରଖାନାରୁ ଉଠି ଚାଲି ଆସିଥିଲେ । ଡାକ୍ତରଖାନା ପରିସରରେ ବୁଲାବୁଲି କରୁଥିଲେ । ସେ ଶଯ୍ୟା ରେ ଅନେକ ସମୟ ଧରି ଡାକ୍ତରଖାନା ମଧ୍ୟ ରେ ନଥିଲେ ମଧ୍ୟ ଏଥି ପ୍ରତି ଡାକ୍ତରଖାନା କର୍ମଚାରୀଙ୍କ ନଜର ପଡିନଥିଲା । ପ୍ରାୟ ଦିନ ୧ ସମୟରେ ଡାକ୍ତରଖାନା ଗେଟ ସମ୍ମୁଖରେ ଅଚାନକ ପଡି ଯାଇ ଛଟପଟ ହୋଇଥିଲେ । ପରେ ତାଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା ।  ପରବର୍ତ୍ତୀ ମୁହୂର୍ତ୍ତରେ ମେଡିକାଲ କର୍ମଚାରୀ କହୁଛନ୍ତି କୁଆଡେ଼ ସେ ବ୍ୟକ୍ତି ଅପରିଚିତ । ଉକ୍ତ ରୋଗୀଙ୍କ ଆଡ଼ମିଶନ ଟିକେଟ ଗାଏବ କରି ଦେଇଛନ୍ତି ମେଡିକାଲ କର୍ମଚାରୀ । ଶବ ଉଦ୍ଧାର କରି ମେଡ଼ିକାଲ କର୍ମଚାରୀ ଶବ ଗୃହରେ ରଖିଛନ୍ତି । ତେବେ ଆଉ କେତେ ଦିନ ଏପରି ରୋଗୀ କୁ ଯୋଜନା କରି ହତ୍ୟା କରିବା ଓ ପରେ ଏ ରୋଗୀ ଅପରିଚିତ କହି ଆଡ଼ମିଶନ ଟିକେଟ ଗାଏବ କରି ଦେବା କେତେ ଦୂର ନ୍ୟାୟ ସଂଗତ ।

Related Posts

About The Author

Add Comment