ଚିକିତ୍ସାରେ ଅବହେଳା ଯୋଗୁ ସୁପରିନଟେଣ୍ଡେଣ୍ଟଙ୍କୁ ମାଡ଼ ମାରିଲେ

Spread the love

ବାରିପଦା, 3/11( ସନ୍ଧାନ ନ୍ୟୁଜ୍);- ଚିକିତ୍ସା ଅବହେଳାରୁ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ନେଇ ସୋମବାର ବାରିପଦା ପିଆରଏମ୍ ମେଡିକାଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। କବ୍ୟରେ ଅବହେଳା କରିଥିବା ଡାକ୍ତରଖାନା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠନ ଓ ଉପଯୁକ୍ତ କ୍ଷତିପୂରଣ ଦାବିରେ ମୃତ ଛାତ୍ରୀଙ୍କ ପରିବାର ଲୋକେ ହସ୍ପିଟାଲ ମୁଖ୍ୟ ଫାଟକ ସମ୍ମୁଖରେ ଶବ ରଖି ସକାଳୁ ଧାରଣାରେ ବସିଥିଲେ। କଥା ଏତିକିରେ ଅଟକିନଥିଲା । ବୁଝାସୁଝା କରିବାକୁ ଆସିଥିବା ମେଡିକାଲ୍ ସୁପରିଟେଣ୍ଡେଣ୍ଟଙ୍କୁ ଟଣାଓଟରା କରିବା ସହ ମାଡ଼ ମାରି ତାଙ୍କ ପୋଷାକ ଚିରି ଦେଇଥିଲେ। ଶେଷରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା। ଅଭିଯୋଗ ଅନୁଯାୟୀ, ଗତ ମାସ ୩୧ ତାରିଖରେ ଶାମାଖୁଣ୍ଟା ବ୍ଲକ୍ ରଙ୍ଗାମାଟିଆ ବନଭୂମି କଲେଜର ଯୁକ୍ତ ୨ କଳା ଦ୍ବିତୀୟ ବର୍ଷ ଛାତ୍ରୀ ସପନଚୁଆ ଗ୍ରାମର ସୁନାରାମ ପାତ୍ରଙ୍କ ଏକମାତ୍ର ଝିଅ ସୁପ୍ରିୟା(୧୭) ପିଆର୍ ଏମ୍‌ରେ ଭର୍ତ୍ତି ହୋଇଥିଲେ । ମୁଁ ସେ ଥାଲାସେମିଆ ରୋଗରେ ପୀଡ଼ିତ ଥିଲେ। ହେଲେ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଗଲାନି। ଦାୟିତ୍ବରେ ଥିବା ଡାକ୍ତର ର ରକ୍ତ ଦେବାର କୌଣସି ବ୍ୟବସ୍ଥା ନ କରିବାରୁ ଗୁରୁତର ହୋଇ ପଡ଼ିଥିଲେ ସୁପ୍ରିୟା। ପରିବାର ଲୋକେ ଡାକ୍ତରଙ୍କୁ ଡାକିବାରୁ ନର୍ସ  ଆସି ଏକ ଇଞ୍ଜକସନ୍ ଦେଇଥିଲେ। ଏହି ସମୟରେ ସୁପ୍ରିୟାଙ୍କ 7 ମୃତ୍ୟୁ ହୋଇଥିଲା । ଯଦି ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଥାନ୍ତା ତେବେ ତାଙ୍କ ଝିଅର ମୃତ୍ୟୁ ହୋଇନଥାନ୍ତା ବୋଲି ବାପା ସୁନାରାମ, ମା’ ଲକ୍ଷ୍ମୀ ଓ ଜେଜେ ଗୋସେଇଁ ପାତ୍ର ଅଭିଯୋଗ ଆଣି ଡାକ୍ତରଖାନା ଫାଟକ ସମ୍ମୁଖରେ ଶବ ରଖି ଧାରଣାରେ ବସିଥିଲେ । ସକାଳୁ ପରିବାର ଲୋକେ ଧାରଣାରେ ବସିଥିବାବେଳେ ମଧ୍ୟାହ୍ନରେ ସେମାନଙ୍କ ସହ ଆଲୋଚନା କରିଥିଲେ ମେଡିକାଲ୍ ସୁପରିନଟେଣ୍ଡେଣ୍ଟ ବୈକୁଣ୍ଠନାଥ ମହାପାତ୍ର। ଏତିକି ବେଳେ ମୃତକଙ୍କ ପରିବାରକୁ ସମର୍ଥନ କରି ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ, ମହିଳା ମୋର୍ଚ୍ଚା ନେତ୍ରୀ ସସ୍ମିତା ଘୋଷାଲଙ୍କ ସମେତ କଂଗ୍ରେସ କର୍ମକର୍ତ୍ତାମାନେ ସେଠାରେ ପହଞ୍ଚିଥିଲେ। ଫଳରେ ଉତ୍ତେଜନା ବଢ଼ିଥିଲା। ସୁପ୍ରିୟାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସମାନଙ୍କୁ ଘଟଣାସ୍ଥଳକୁ ଡାକିବା ଲାଗି ସୁପରିନଟେଣ୍ଡେଣ୍ଟଙ୍କ ନିକଟରେ ଅଡ଼ି ବସିଥିଲେ ମୃତକଙ୍କ ପରିବାର ଏହି ସମୟରେ ଉଦ୍ଧକ୍ତ, ଲୋକେ ସୁପରିନଟେଣ୍ଡେଣ୍ଟଙ୍କୁ ଟଣାଓଟରା କରିବା ସହ ମାଡ଼ ମାରି ତାଙ୍କ ପୋଷାକ ଚିରି ପକାଇଥିଲେ । ଖବର ପାଇ ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ୍, ବାରିପଦ ସଦର ଏସ୍‌ଡିପିଓ କେକେ ହରିପ୍ରସାଦ ଓ ବାରିପଦା ଟାଉ ଥାନା ଅଧିକାରୀ ଦାୟିତ୍ବରେ ଥିବା ଆଇଆଇସି ପ୍ରେମ ନାୟକ ଘଟଣାସ୍ଥଳରେ ପହଞ୍ଚି ସୁପରିନଟେଣ୍ଡେଣ୍ଟଙ୍କୁ ଉଦ୍ଧାର କରିବା ସହ ଲୋକଙ୍କୁ ବୁଝାସୁଝା କରିଥିଲେ । ମୃତକଙ୍କ ପରିବାର ରେଡ଼କ୍ରସ୍ ପାଣ୍ଠିରୁ ୧୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜା ଟଙ୍କା ତତ୍କଳ ଦିଆଯାଇଛି। ଅନ୍ୟପକ୍ଷରେ ୧୫ ଦିନ ମଧ୍ୟ ଘଟଣାର ତଦନ୍ତ କରି ପଦକ୍ଷେପ ନେବାକୁ ସୁପରିନଟେଣ୍ଡେଣ୍ଟ : ମହାପାତ୍ର ପ୍ରତିଶ୍ରୁତି ଦେବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା

Related Posts

About The Author

Add Comment