ଚିକିଟି ବ୍ଲକ ଅନ୍ତର୍ଗତ ନୂଆପଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମସ୍ୟା

Spread the love

ନୂଆପଡା, ୨୪/୪(ସନ୍ଧାନ ନିୟୁଜ): ଚିକିଟି ବ୍ଲକ ଅନ୍ତର୍ଗତ ନୂଆପଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ହେଲା ଅନେକ ସମସ୍ୟା ଲାଗି ରହିଛି। ସମସ୍ୟା ସମାଧାନ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ  ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଯଦ୍ଦ୍ବାରା ଆଗାମୀ ଦିନରେ ରୋଗୀ ସେବା ନେଇ ଅନିଶ୍ଚିତତା ଦେଖାଦେବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।
୧୯୪୭ରେ ସ୍ଥାପିତ ଏହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଚିକିଟି ଓ ଦିଗପହଣ୍ଡି ବ୍ଲକ୍‌ର ୨୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ନିର୍ଭର କରନ୍ତି। ଏଠାରେ ଦୀର୍ଘ ୧୦ବର୍ଷ ଧରି ଡାକ୍ତର ପଦବୀ ଖାଲି ପଡିଥିଲା ।ବହୁ ଦାବି ପରେ ମାସକ ତଳେ ଜଣେ ନିୟମିତ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ନିୟମିତ ଆସୁ ନ ଥିବା କାରଣରୁ ଜରୁରୀକାଳିନ ଚିକିତ୍ସା ପାଇଁ ରୋଗୀଙ୍କୁ  ବ୍ରହ୍ମପୁର ବଡ ମେଡିକାଲ କିମ୍ବା ଘରୋଇ ନର୍ସିଂ ହୋମ ନେବାକୁ ପଡ଼ୁଛି। ଗ୍ରାମବାସୀ ଏ ସମ୍ପର୍କରେ ଜିଲା ଚିକିତ୍ସାଧିକାରୀ ଏବଂ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀଙ୍କୁ ବାରମ୍ବାର ଅବଗତ କରାଇ ବିଫଳ ହେବାରୁ ନିକଟରେ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡା. ସୁଶିଲ କୁମାର କରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ସମସ୍ୟା ସାମାଧାନ ନ ହେଲେ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦେଇଛନ୍ତି

Related Posts

About The Author

Add Comment