ରାଇରଙ୍ଗପୁର-୩୧/୧୨/୨୦୨୧(ସନ୍ଧାନ ନ୍ୟୁଜ୍) ହାଡ଼ଭଙ୍ଗା ଶୀତକୁ ଅର୍ଦ୍ଧରାତ୍ରିରୁ ଅଦିନିଆ ବର୍ଷା, ଥରୁଛି ବାମନଘାଟି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ବୁଧବାର ସକାଳେ ତିରି°ଥାନା ଅନ୍ତର୍ଗତ ମଝିଗାଁର ଜନୈକ ଯୁବକ ବାରିସା ମାରାଣ୍ଡି (୩୫) ତାଙ୍କ ନାନିଘର ଯଶିପୁରରେ ଘରେ ଥିବା ବେଳେ ଚାତିଆରି କରୁଥିଲେ।ଚ`ତିଆରି କରୁଥିଲାବେଳେ କୈାଣସି କାରଣରୁ ନିଆଁ ଲାଗି ଯାଇଥିଲା। ନିଆଁରେପଡି ଯୁବକ ଗୁରୁତର ହୋଇଥିଲେ। ତାଙ୍କର ଶତକଡା ୮୦ଭାଗ ପୋଡିଯାଇଛି।ତାଙ୍କୁ ସାଙ୍ଗେ ସାଙ୍ଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ପରିସ୍ଥିତି ଗୁରୁତର ଥିବାରୁ ତାଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।ଘଟଣାଟି ସକାଳେ ୮ଟାସମୟରେ ଘଟିଥିଲା।
ଚା କରୁଥିବା ବେଳେ ଷ୍ଟୋଭରୁ ନିଆଁ ଲାଗି ଯୁବକ ଗୁରୁତର
|
December 31, 2021 |



