ଚାଷୀ ନଦୀ ତନ୍ତୀଘାଇରେ ନିଖୋଜ

Spread the love

ଯାଜପୁର ସଦର, ୨୨ା୦୫(ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଏରଡ଼ା ପୋଲ ନିକଟ ଚିଙ୍ଗୁଡିଆ ନାଳ ତନ୍ତୀଘାଇରେ ନଦୀ ପାର ହେଉଥିବା ବେଳେ, ଜଣେ କୃଷକ ନିଖୋଜ ହେବା ଘଟଣା ଯାଜପୁର ଜିଲ୍ଲାରେ ଚହଳ ପକାଇଚି । ଘଟଣାରୁ ପ୍ରକାଶ ଯେ, ଆଜି ସକାଳେ ଏରାଡ଼ା ପୋଲ ନିକଟରେ ଜଣେ କୃଷକ ତନ୍ତୀଘାଇ ନଦୀ ଆରପାରକୁ ଯାଉଥିବା ବେଳେ, ନଦୀର ପ୍ରଖର ସ୍ରୋତରେ କୃଷକ ଭାସିଯାଇଥିବା ସୂଚନା ମିଳିଚି । ଖବର ପାଇ ଦମକଳ ବାହିନୀ ନିଖୋଜ କୃଷକଙ୍କୁ ଖୋଜୁଥିବା ବେଳେ, କୌଣସି ସନ୍ଧାନ ମିଳିନଥିବା ସନ୍ଧାନ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଚିଙ୍ଗୁଡ଼ିଆ ନାଳରେ ନିଖୋଜ ଥିବା କୃଷକର ପରିଚୟ ମିଳିନଥିବା ବେଳେ, କେଉଁ ଗ୍ରାମରୁ ଏହି କୃଷକଟି ନଦୀକୁ ଆସିଥିଲେ । ତାହା ଜଣା ପଡ଼ିନାହିଁ । ରିପୋର୍ଟ ଲେଖା ହେବାବେଳକୁ ନଦୀରେ ନିଖୋଜ କୃଷକର ସନ୍ଧାନ ମିଳିନଥିବା ଜଣାଯାଇଚି ।

Related Posts

About The Author

Add Comment