ଚାଷୀଙ୍କ ସମସ୍ୟା ନେଇ – ‘ବାରିପଦା ଚାଲ’ ଆହ୍ବାନ

Spread the love

କପ୍ତିପଦା,01.12.2020  (ଲିଙ୍ଗରାଜ ପଣ୍ଡା); କପ୍ତିପଦା ବ୍ଲକ୍ ଅନ୍ତର୍ଗତ ଜଡ଼ିଦା ପଞ୍ଚାୟତର ଚମ୍ପାପାଳ ଓ ନେଦାମ ସହିତ ଅନ୍ୟାନ ଗ୍ରାମରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ପଞ୍ଚାୟତସ୍ତରୀୟ ନେତୃବୃନ୍ଦଙ୍କ ଦ୍ବାରା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଚାଷୀମାନଙ୍କର ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା। ଚାଷୀମାନେ ଖୋଲା ବଜାରରେ ଦ୍ବିଣ୍ଟାଲ ପିଛା ୮୦୦/୧୦୦ ଟଙ୍କାରେ ଧ୍ୟାନ ଦେଇ ଅଭାବି ବିକ୍ରିର ଶିକାର ହେଉଛନ୍ତି। ସେହିପରି ଧାନମଣ୍ଡିରେ ଦ୍ବିଣ୍ଟାଲ ପିଛା ୫ କେଜିରୁ ୧୦ କେଜି ଧାନ କାଟି ଦିଆଯାଉଛି। ଅନଲାଇନ୍ ନାମ ପଞ୍ଜୀକରଣ କରିଥିବା ଚାଷୀମାନଙ୍କ ପାଖରୁ ସମସ୍ତ ଧାନ କିଣା ଯାଉନାହିଁ। ଏସବୁ ସମସ୍ୟା ସହିତ ଧାନ ସଂରକ୍ଷିତ ରଖିବା ପାଇଁ । ଗୋଦାମଗୃହ, ଶୀତଳଭଣ୍ଡାର ଓ ପ୍ରତ୍ୟେକ ଚାଷଜମିକୁ ଜଳସେଚନର ସୁବିଧା ପାଇଁ ଆଲୋଚନା କରାଯାଇଥିଲା । ଚାଷୀମାନଙ୍କ ଏହିସବୁ ସମସ୍ୟାର ସମାଧାନ ପାଇଁ ଆସନ୍ତା ୧୪ ତାରିଖରେ ବାରିପଦା ଯିବାକୁ ଜିଲ୍ଲା ପ୍ରଭାରୀ ଚିନୁ ଦାସ ଆହ୍ବାନ ଦେଇଥିଲେ। ଏହିସବୁ ବୈଠକରେ ଶିବ ପ୍ରସାଦ ଜେନା, ଗିରୀଶ ଚନ୍ଦ୍ର ବେହେରା, ବୀର କିୟୁ, ରମାକାନ୍ତ ପାତ୍ର, ବନମାଳୀ ବେହେରା, ପରମେଶ୍ବର ବେହେରା, ଉଚ୍ଛବ ବିଶ୍ବାଳ, ଗଣେଶ୍ୱର କିଷ୍ଣୁ ପ୍ରମୁଖ ଯୋଗ ଦେଇଥିଲେ

Related Posts

About The Author

Add Comment