ଚାଷୀଙ୍କୁ ମିଳୁନି ସାର,  ବାହାରେ ହେଉଛି ହେରଫେର

Spread the love

ପାତ୍ରପୁର, ୪/୧୨ (ସନ୍ଧାନ ନିୟୁଜ)  ପାତ୍ରପୁର ବ୍ଳକ କୃଷି ବିଭାଗ ସ୍ଥାଣୁ ପାଲୋଟିଥିôବା ବେଳେ ଦୁର୍ନିତି ସିମା ଟପିଥିବା ଜଣାପଡ଼ିଛି । ଏପରିକି ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ସାମଗ୍ରୀ ଏବଂ ସାର ମଧ୍ୟ ବାଟମରଣା ହେବାରେ ଲାଗିଛି । ଯାହାକୁ ନେଇ ଆଜି ଚିକିଟି ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ପାତ୍ରପୁର ବ୍ଳକର ଆତ୍ମା କାର୍ଯ୍ୟାଳୟରେ ତାଲା ପକାଇବା ସହ ଦିର୍ଘ ସମୟ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ । ସେମାନଙ୍କ ମତ ଅନୁଯାୟୀ ଗତ ୨୦୧୩/୧୪ ମସିହାରେ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆସିଥିବା ସାମଗ୍ରୀ ଚାଷୀଙ୍କୁ ନବାଣ୍ଟି ପାଣି ପଂଚାୟତ କାର୍ଯ୍ୟାଳୟ ପରିସରରେ ପଡ଼ି ରହିଛି । ଏହି ବିଷୟରେ ଗ୍ରାମବାସୀଙ୍କ ଦ୍ୱାରା ଲୋକ ଲୋଚନକୁ ଅଣାଯାଇ ଉକ୍ତ ବିଷୟ ସଂକ୍ରାନ୍ତରେ ଅଭିଯୋଗ କରିବା ପାଇଁ ପାତ୍ରପୁର ବ୍ଳକ ପରିସର କୃଷି ବିଭାଗ କାର୍ଯ୍ୟାଳୟକୁ ଆସିଥିବା ବେଳେ କାର୍ଯ୍ୟାଳୟରେ କେହି ନଥିବାରୁ ଭାଜପା ପକ୍ଷରୁ ଧାରଣା ଦିଆଯାଇଥିଲା । ଏପରିକି କୃଷି ବିଭାଗର ବିଭିନ୍ନ ଦୂର୍ନିତି ଏବଂ ହେରଫେର କିମ୍ବା ଚାଷୀ ସହାୟତା ସମ୍ପର୍କିତ ନେଇ ଆସୁଥିଲେ ମଧ୍ୟ କେବେ କୌଣସି କର୍ମଚାରୀଙ୍କ ଏଠାରେ ଦେଖା ମିଳେନାହି । ଯଦ୍ୱାରା ବହୁ ସମୟରେ ଚାଷୀ ନିରାଶ ହୋଇ ଘରକୁ ଫେରୁଛନ୍ତି । ଏନେଇ ଆଜି ଭାଜପା ତରଫରୁ ଅଭିଯୋଗ ପତ୍ର ଧରି କାର୍ଯ୍ୟାଳୟ ପରିସରକୁ ଯାଇଥିଲେ ମଧ୍ୟ କାର୍ଯ୍ୟାଳୟରେ କାହାର ଦେଖା ମିଳିନଥିବାରୁ ତାଲା ପକାଇ ଧାରଣାରେ ବସିବା ସହ କୃଷି ବିଭାଗ ଓ ନବୀନ ବାବୁଙ୍କ ବିରୋଧି ନାରା ଦେଇ ସେମାନେ ଦିନ ୩ ଟା ଯାଏଁ ଧାରଣାରେ ବସିରହିଥିଲେ । ପରେ ଜରଡ଼ା ଥାନା ଅଧିକାରୀ ମୃତୁଞ୍ଜୟ ସ୍ୱାଇଁ, ଭାରପ୍ରାପ୍ତ ବିଡ଼ିଓ ଏସ.ସେନାପତି, ଓ ବ୍ଳକ କୃଷି ଅଧିକାରୀ ବାସୁଦେବ ବିଷୋୟୀ ପ୍ରମୁଖ ଯାଇ ସେମାନଙ୍କ ସହ ଅଲୋଚନା କଲା ପରେ ପରିସ୍ଥିତି ଶାନ୍ତି ପଡ଼ିଥିଲା ।  ଖରଣିପଡ଼ା ପାଂତୟତର ଗୋଠଗାଁ ଗ୍ରାମରେ ସରକାରଙ୍କ ସ୍ୱତନ୍ତ୍ର ରିଲିଫ ଆସିଥିବା ଜିନିଷ ସବୁ ଆଜି ଯାଏଁ ଏକ କୋଠା ଘରେ ପଡ଼ିରହିଛି । ଏହା କେଉଁ ଉଦ୍ଦେଶ୍ୟରେ ଏତେ ଦିନ ହେଲା ପଡ଼ିରହିଛି । ଏଯାବତ ଚାଷୀଙ୍କୁ କାହିଁକି ଦିଆଯାଇନାହି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଏଥିରେ ବିଜେପି ଯୁବ ନେତା ମନୋରଞ୍ଜନ ଦ୍ୟାନ ସାମନ୍ତରା, କୃଷକ ମୋର୍ଚ୍ଚା ପ୍ରଭାରୀ ଅଜିତ ପ୍ରଧାନ, ରଞ୍ଜନ ପ୍ରଧାନ,ମନୁସେନାର ସଂଯୋଜକ ସରୋଜ ପଣ୍ଡା ଓ ଦେବଦତ୍ତ ପଣ୍ଡା, କୃଷକ ମୋର୍ଚ୍ଚା ପାତ୍ରପୁର ମଣ୍ଡଳ ସଭାପତି ସଂଜୟ ମହାନ୍ତି, ରବି ତିଆଡ଼ି, ପୁଷ୍ପାଞ୍ଜଳି ସେଠୀ, ନାଗାମ୍ମା, ଭାଗ୍ୟ ପ୍ରଧାନ,ଅଲେଖ କନିଆରିଙ୍କ ସମେତ ବହୁ ବିଜେପି କର୍ମି ଧାରଣାରେ ସାମିଲ ହୋଇଥିବା ବେଳେ ଆଗାମୀ ଦିନରେ ଏହାକୁ ବ୍ୟାପକତ୍ତର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Report by J. J. Patrapur 

Related Posts

About The Author

Add Comment