ଚାରିପ୍ରହର ନାମଯଜ୍ଞାରେ ସବଡେଗା ପରିବେଶ ଆତ୍ମ ବିଭୋର

Spread the love

ସୁନ୍ଦରଗଡ ତା:୮/୧୧/୨୦୨୫(ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) କାର୍ତ୍ତିକ ପର୍ଣ୍ଣିମା ଅବସରରେ ସବଡେଗା ଜଗନ୍ନାଥ ମଣ୍ଡଳ ପ୍ରାଙ୍ଗଣରେ ଚାରି ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଥମ ଦିବସରେ କଳସ ଯାତ୍ରା ସୁନ୍ଦର ଭାବରେ ସମାପନ ହୋଇଥିଲା । ଦ୍ଵିତୀୟ ଦିନରେ ପ୍ରଭୁଙ୍କ ନାମ ଶୁଭାରମ୍ଭ କରିବା ସହିତ ଦଧିହାଣ୍ଡି ଭଞ୍ଜନ ନୀତି ନିୟମ ଅନୁଯାୟୀ ଅଞ୍ଚଳବାସୀଙ୍କ ସମସ୍ତ ସହଯୋଗରେ ସମାପନ ହୋଇଥିଲା । ଏହି ନାମ ସଙ୍କୀର୍ତ୍ତନ ପ୍ରଭୁଙ୍କ ନାମ ନେଇ ଆବାଳବୃଦ୍ଧବନିତା ନିଜକୁ ଧନ୍ୟ ମନେ କରୁଥିବା ଦେଖିବାକୁ ମିଳିଥିଲା । ପ୍ରଭୁ ନାମ ସଂଚାର ଦ୍ଵାରା ଅଞ୍ଚଳ ର ପ୍ରତ୍ୟେକ କୋଣ ଅନୁକୋଣ ରେ ଶାନ୍ତି ଅନୁଭବ ହେଉଥିବା ଦେଖିବାକୁ ମିଳିଥିଲା । ଏହି ନାମଯଜ୍ଞ ରେ କର୍ତ୍ତା ରୂପରେ ଶ୍ରୀଯୁକ୍ତ ଅରୁଣ ଶତପଥୀ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତି ରାଜଲକ୍ଷ୍ମୀ ପଣ୍ଡା କାର୍ଯ୍ୟ ତୁଲାଇଥିଲେ । ପୂଜକ ରୂପେ ଗଜେନ୍ଦ୍ର ମିଶ୍ର ଓ ପବନ ମିଶ୍ର ପୂଜାକାର୍ଯ୍ୟ ସୁଚାରୁରୂପେ ତୁଲାଇଥିବା ଦେଖିବାକୁ ମିଳିଥିଲା । ତା ସହିତ ସୁଶିଲ ଶତପଥୀ,ଜିବଧନ ଶତପଥୀ,ଅନନ୍ତ ପଟେଲ,ରାଜେଶ ପଟେଲ,ରାଜକୁମାର ନାଏକ,ପ୍ରକାଶ ନାଏକ,କୃଷ୍ଣଚନ୍ଦ୍ର ପଟେଲ,ଗୋପାଳଚନ୍ଦ୍ର ପଟେଲ, ବିଜିତ ପଟେଲ,ଦୀପକ ନାଏକ ସହିତ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ପ୍ରଭୁ ନାମରେ ଅଞ୍ଚଳ ଆତ୍ମ ବିଭୋର ପରିବେଶ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା

Related Posts

About The Author

Add Comment