ଜେନାପୁର, ୨୭/୧/୨୦ (ସନ୍ଧାନ ନିଉଜ) : ଧର୍ମଶାଳା ଶିକ୍ଷା ମଣ୍ଡଳ ଅଧିନସ୍ଥ ଚାରଗୋଠ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ରେ ସାଦାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜାତୀୟ ପୟାକା ଉତ୍ତୋଳନ କରାଯିବା ସହିତ ବିଦ୍ୟାଳୟ ପରିଷରରେ ବୃକ୍ଷରୋପଣ କରାଯାଇଥିଲା । ଏହି ଉସôବରେ ଜେନାପୁର ଥାନାଧିକାରୀ ଶୁସାନ୍ତ କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ମୁଖ୍ୟ ବକ୍ତା ଭାବରେ ଗଙ୍ଗାଧର ଓଝା ଓ ସମ୍ମାନିତ ଅତିଥି ଭାବରେ କାର୍ତ୍ତୀକ ମଳିକ ଯୋଗ ଦେଇ ସାଧାରଣତନ୍ତ୍ର ଦିବସ ସମ୍ପର୍କିତ ଆଲୋଚନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାହ୍ନୁଚରଣ ସାହୁ, ବୃନ୍ଦାବନଚନ୍ଦ୍ର ପ୍ରଧାନ, ଚିତ୍ତରଂଜନ ଦେଓ, ମହେଶ ମଳିକ, ଦିଲିପ କୁମାର ବଳ, ରଞ୍ଜିତା ଓଝା, ସୁଜାତା ରାଉତ ପ୍ରମୁଖ ସଭାରେ ସମ୍ମିଳିତ ହୋଇଥିଲେ । ଗଙ୍ଗାଧର ଓଝା ପିଲାମାନଙ୍କୁ ମିଷ୍ଟାନ ବଣ୍ଟନ କରିଥିଲେ ।
ଚାରଗୋଠ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ସାଧାରଣତନ୍ତ୍ର ପାଳନ
|
January 27, 2020 |
