ଚାପୁଣ୍ଡିଆ ସାହିକୁ ଭଲ ରାସ୍ତାଟିଏ ନାହିଁ

Spread the love

ଭଦ୍ରକ, ୨୬/୨/୨୦ (ସନ୍ଧାନ ନିଉଜ) : ବନ୍ତ ବ୍ଲକ୍ ବଡବର୍ଚ୍ଚିକୟାଁ ପଂଚାୟତ ସ୍ଥିତ ବିସଲକଣା ଗାଁ ଅନ୍ତର୍ଗତ ଚାପୁଣ୍ଡିଆ ସାହି ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିମାନଙ୍କ ନଜର ଆଢୁଆଳରେ ରହିଯାଇଛି । ଏହି ସାହିକୁ ଆଜିଯାଏ ଭଲ ରାସ୍ତାଟିଏ ନିର୍ମାଣ ହୋଇନପାରିବା ବଡ ଦୁଃଖ ଓ ଅନୁତାପର ବିଷୟ ଅଟେ । ଭଲ ରାସ୍ତାଟିଏ ନଥିବାରୁ ଲୋକମାନେ ନାନାଦି ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି । ଏଠାରେ ପାଖାପାଖି ଶହେ ଲୋକ ବସବାସ କରନ୍ତି । ସେଥିରୁ ୬୮ ଜଣ ଭୋଟର ଅଟନ୍ତି । ଛୋଟ ଛୋଟ କୋମଳମତି ପିଲାମାନେ ଅଧ୍ୟୟନ କରିବାକୁ ସ୍କୁଲ, କଲେଜ କିମ୍ବା ଅଙ୍ଗନୱାଡି କେନ୍ଦ୍ରକୁ ଆସିବା ପାଇଁ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଗରପଡା-ଭଦ୍ରକ ମୁଖ୍ୟ ରାସ୍ତାକୁ ଏହି ରାସ୍ତାଟି ସଂଯୋଗ କରୁଛି । ଖାଲଖମାରେ ଭର୍ତ୍ତି ଏହି ରାସ୍ତାଟି ଅତି ସଂକୀର୍ଣ୍ଣ ଥିବାରୁ ସାଇକେଲ୍‌ଟିଏ ମଧ୍ୟ ସୁବିଧା ଭାବେ ଯାଆଆସ କରିପାରିନଥାଏ । ବର୍ଷାଦିନରେ ଏହି ରାସ୍ତା ଦେଇ ଯିବା ଆଦୌ ସମ୍ଭବପର ହୋଇପାରିନଥାଏ ।

Related Posts

About The Author

Add Comment