ଚାନ୍ଦବାଲିରରେ ସ୍ୱାଧୀନତା ଦିବସ ପାଳିତ

Spread the love

ଚାନ୍ଦବାଲି, ୧୫/୦୮/୨୦୨୦ (ସନ୍ଧାନ ନିଉଜ) ଆଜି ହେଉଛି ପବିତ୍ର ସ୍ୱାଧନତା ଦିବସ। ଯେଉଁ ଦିନଟି କୁ ପାଇବା ପାଇଁ କେତେ ମହାପୁରୁଷ ମାନେ ଦିନ ରାତି ସଂଗ୍ରାମ୍ କରି ମଧ୍ୟ ଶେଷର ବଳି ପଡି ଯାଇଛନ୍ତି। କିନ୍ତୁ ବିଧିର ବିଧାନ ଆଜି ଅମର ବୀର ମହାପୁରୁଷ ମାନଙ୍କୁ ଟିକେ ମନେ ପକାଇବାକୁ ସୁଯୋଗ ଦେଉନାହିଁ।
ବିଗତ ବର୍ଷ ମାନଙ୍କ ମଧ୍ୟରୁ ଆଜିର ବର୍ଷ ର ସ୍ଵାଧୀନତା ଦିବସ ଟି ଚିର ସ୍ମରଣୀୟ ହେବା ସଙ୍ଗେ ସଙ୍ଗେ ଇତି ହାସ ରେ ଲିପିବଦ୍ଧ ହୋଇପାରେ।
ତଥାପି ପୃଥିବୀ ପୃଷ୍ଟ ରେ କରୋନା ଭଳି ମହାମାରୀ ତାର କାୟା ବିସ୍ତାର କରି ଆତଙ୍କ ରାଜ୍ ଚଳାଇ ଥିବା ସତ୍ୱେ ମଧ୍ୟ ସେହି ଅମର ବୀର ମହାପୁରୁଷ ମାନଙ୍କୁ ମନେ ପକାଇବା ପାଇଁ ବେଶୀ ଜାକଜମକରେ ନହେଲେ ମଧ୍ୟ ଏ ବର୍ଷ ର ସ୍ଵାଧୀନତା ଦିବସ କୁ ପାଳନ କରାଯାଇ ଥିଲା।
ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତ ରେ ଥିବା କେତେକ ବିଦ୍ୟାଳୟ ପରିସର ରେ ଯାହା ଦେଖିବାକୁ ମିଳିଥିଲା ତାହା ବିଗତ ବର୍ଷ ମାନଙ୍କ ମଧ୍ୟରୁ ଅଲଗା।

କେତେକ ବିଦ୍ୟାଳୟ ପରିସର ରେ ନା ଉଡୁଥିଲା ଜାତୀୟ ତ୍ରିରଙ୍ଗା ନା ଶୁଭୁଥିଲା କୁନି କୁନି କଣ୍ଠ ରୁ ଜାତୀୟ ସଙ୍ଗୀତ। ସେହି କୁନି କୁନି ବାଳକ ବାଳିକା ମାନ ଙ୍କ ସ୍ଵର ରୁ ଶୁଭୁ ନଥିଲା ସେହି ବିର ମହାପୁରୁଷ ମାନଙ୍କ ର ଜୀବନ ର କାହାଣୀ ର ବକୃତା। ନା ଥିଲା ସାଜସଜ୍ଜା ର ଆଡ ମ୍ବନା ।

 
କେତେକ ବିଦ୍ୟାଳୟ ଗୁଡ଼ିକ ରେ ମଧ୍ୟ ମହାମାରୀ ର କବଳ ରୁ ନିଜ ଜୀବନ କୁ ରକ୍ଷା କରିବା ପାଇଁ ଆମ ଦେଶର ଦାଦନ ଶ୍ରମିକ ମାନଙ୍କ ର ଅସ୍ଥାୟୀ ବାସ ସ୍ଥାନ ସଜାଇ ଦିଆଯାଇ ଥିଲା। ସେହି ବିଦ୍ୟାଳୟ ପରିସର ମାନଙ୍କ ରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ଦେଖିବା ତ ଦୂର ର କଥା ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ପ୍ରବେଶ ନିଷୀଧ କରାଯାଇ ଥିଲା। ସେହି ବିଦ୍ୟାଳୟ ମାନଙ୍କ ରେ ପରିସର ବାହାରେ ସରକାର ଙ୍କ ର ସମସ୍ତ ନିୟମନୁଯାଇ ପତାକା ଉତ୍ତୋଳନ କରାଯାଇଥିଲା।
ଅନେକ ବିଦ୍ୟାଳୟ ମାନଙ୍କ ରେ ମଧ୍ୟ ବିଦ୍ୟାଳୟ ପରିସର ରେ ସରକାର ଙ୍କ ର ସମସ୍ତ ନିୟମ କୁ ସ୍ବାଗତ କରି ସେହି ନିୟମାନୁଯାୟୀ ମୁହଁ ରେ ମାସ୍କ ଏବଂ ସମସ୍ତ ଙ୍କ ମଧ୍ୟରେ ଦୂରତା କୁ ପ୍ରାଧାନ୍ୟ ଦେଇ ପତାକା ଉତ୍ତୋଳନ କରାଯାଇ ଥିଲା। ଦେଶ ଭକ୍ତି ସଙ୍ଗୀତ ” ଜନ ଗଣ ମନଅଧି “ଗାନ କରିବା ସହ ଅମର ବୀର ମହା ପୁରୁଷ ମାନଙ୍କ ର ଜୟ ଜୟ ଗାନ କରିବା ସଙ୍ଗେ ସଙ୍ଗେ କରୋନା ମହାମାରୀ କବଳ ରୁ ରକ୍ଷା କରିବା ପାଇଁ ଭଗବାନ ଙ୍କ ନିକଟରେ ଶିକ୍ଷକ ଶିକ୍ଷୟତ୍ରି ମାନେ ପ୍ରାଥନା କରିଥିଲେ।

 

Related Posts

About The Author

Add Comment