ଚାନ୍ଦପୁର ବିଦ୍ୟାଳୟରେ ୨ ଶିକ୍ଷକଙ୍କୁ ଅବସର ସମ୍ବନ୍ଧନା

Spread the love

ଯାଜପୁର,  : ୩/୭/୨୬ (ସନ୍ଧାନ ନ୍ୟୁଜ )  ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୨ ଶିକ୍ଷକଙ୍କୁ ଅବସର  କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିବା ସୁବାଷ ଚନ୍ଦ୍ର ପାଢି,ସେକ୍ ଫସି ଉଲ୍ ହୁକ୍‌ ଏ ନେଇ ଅବସର କାଳିନ ସମ୍ବନ୍ଧନା ସଭା ଅନୁଷ୍ଠିତ କରାଯିବା ବେଳେ ଗିତି କବି ପ୍ରତାପ ପାଢୀଙ୍କ ସଭାପତିତ୍ଵରେ ଏହି ଆୟୋଜନ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷା ଅଧିକାରୀ ପ୍ରଭଜନ ପତି ଉତ୍ତରିୟ ଦେଇଥିବା ବେଳେ ମାନ ପତ୍ର ପ୍ରଦାନ କରିଥିଲେ  । ମୁଖ୍ୟବକ୍ତା ପ୍ରଫେସର ଜୁଧୀଷ୍ଟିର ଉଚ୍ଚ ପ୍ରଶଂସା କରିଥିଲେ । ସରପଞ୍ଚ ଝରଣା ପାତ୍ର ଯୋଗ ଦେଇଥିଲେ । କୋରେଇ ଶିକ୍ଷକ ସଂଘ ସଭାପତି ବିଜୟ ଶତପଥୀ ରସୁଲପୁର ଶିକ୍ଷକ ସଂଘ ସଭା ରବିନ୍ଦ୍ର ପଣ୍ଡା ସେକ୍ ଅବଦୁଲ ଖାଁ,ବିଶ୍ଵନାଥ ପଣ୍ଡା,ସୁଦର୍ଶନ ପଣ୍ଡା ଯୋଗ ଦେଇ କର୍ମ କ୍ଷେତ୍ର ଜିବନୀ ଉପରେ ଅତିଥି କହିଥିଲେ । ବିରଞ୍ଚି କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ । ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ  ।

Related Posts

About The Author

Add Comment