ଚାନ୍ଦପୁର ଠାରେ ଗୋଷ୍ଠୀ ସଂଘର୍ଷ ହେବାରୁ ରାସ୍ତାରୋକ

Spread the love

ଯାଜପୁର, ୧୪/୦୩/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ମହେଶ୍ୱରପୁର ପଂଚାୟତ ଚାନ୍ଦପୁର ଗ୍ରାମରେ ଗତକାଲି ରାତିରେ କୌଣସି କଥାକୁ ନେଇ ଦୁଇ ଗୋଷ୍ଠିଙ୍କ ମଧ୍ୟରେ ବଚସା ହେବାରୁ ଦୁଇଜଣ ଆହାତ ହୋଇଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ଦୁଇ ଗୋଷ୍ଠିଙ୍କ ମଧ୍ୟରେ ଗଣ୍ଡଗୋଳ ହୋବାରୁ ଦୁଇଜଣ ଆହତ ହୋଇଥିବାରୁ ଏହି ଘଟଣାକୁ ନେଇ ଉତେକ୍ତ ଲୋକମାନେ ବ୍ରହ୍ମବରଦା ବ୍ୟାଙ୍କ ଛକ ଠାରେ କୁଆଖିଆ-ବ୍ରହ୍ମବରଦା ରାସ୍ତାକୁ ଅବରୋଧ କରିଥିଲେ । କୌଣସି ସୁତ୍ରରୁ ଖବର ପାଇ ଧର୍ମଶାଳା ଆଇଆଇସି ରାକେଶ କୁମାର ତ୍ରୀପାଠୀ ଘଟଣା ସ୍ଥଳରେ ପହଁଞ୍ଚô ବ୍ରହ୍ମବରଦା ପୋଲିସ ସହାୟତାରେ ଲୋକମାନଙ୍କୁ ବୁଝାସୁଝା କରିବା ସହିତ ଶ୍ରୀ ତ୍ରୀପାଠୀ ଘଟଣା ସ୍ଥଳରେ ରହି ତିକ୍ଷ୍ଣ ନଜର ରଖିଥିଲେ । ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଚାନ୍ଦପୁର ଗ୍ରାମର ରବିବାର ଦିନ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ଘଟଣାକୁ ନେଇ ଗୋଷ୍ଠୀର କିଛି ଯୁବକ ଅନ୍ୟ ଗୋଷ୍ଠିର ଜଣେ ବ୍ୟକ୍ତିଙ୍କ ଘରକୁ ଯାଇ ମରଣାତ୍ମକ ଆକ୍ରମଣ କରିଥିଲେ । ଆକ୍ରମଣରେ ଦୁଇ ଜଣ ଆହତ ହୋଇଥିବା ବେଳେ ଗଣ୍ଡଗୋଳ ଉଗ୍ରରୁପ ଧାରଣ କରିବାରୁ ଉତ୍ତେଜନା ଦେଖାଦେଇଥିଲା । ବ୍ରହ୍ମବରଦା ବ୍ୟାଙ୍କଛକ ନିକଟରେ ଟାୟାର ଜାଣି ରାସ୍ତା ଅବରୋଧ କରିଥିଲେ । ଧର୍ମଶାଳା ଆଇଆଇସି ରାକେଶ ତ୍ରୀପାଠୀ ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ରିପୋର୍ଟ ଲେଖାହେବା ବେଳକୁ ଧର୍ମଶାଳ ପୋଲିସ କାହାରିକୁ ଗିରଫ କରିନଥିବା ଜଣାଯାଇଚି ।

Related Posts

About The Author

Add Comment