ଜେନାପୁର, ୨୧/୦୮(ସନ୍ଧାନ ନିଉଜ)-ଜେନାପୁର ଥାନା ପକ୍ଷରୁ ବିଭିନ୍ନ ଅଂଚଳ ବେକାର ଯୁବକ/ଯୁବତୀ ମାନଙ୍କୁ ଚାକିରୀ କରାଇଦେବା ନାମରେ ଠକୁଥିବା ୨ ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଲେ ଯାଜପୁର ଟାଉନ ଗୋକନା ଗ୍ରାମର ବିଶ୍ୱନାଥ ସାହୁ(୩୫) ଓ ଅନ୍ୟ ଜଣେ ହେଲେ ଭୁବନେଶ୍ୱର ନୟାପଲ୍ଲୀ ଅଂଚଳର ବିରଜା ପ୍ରସାଦ ରାୟ(୩୨) । ପୋଲିସ୍ ସୂଚନା ମୁତାବକ ଦଲାଲ ବିରଜା ଜେନାପୁର ଅଂଚଳରୁ ଆସି ବାଜି ରାଉତ ସୋସିଆଲ୍ ହାଉସିଂ ସ୍କିମ୍ରେ ସଂଯୋଜକ ଭାବେ କାର୍ଯ୍ୟ କରୁଥିବା କହି ବିଭିନ୍ନ ଲୋକଙ୍କ ଠାରୁ ଘରେ କରାଇଦେବା ନାମରେ ୨ ହଜାର ଲେଖାଏଁ ଠକି ନେଇଥିଲେ । ସର୍ବ ମୋଟ୍ ଜେନାପୁର ଓ ଧର୍ମଶାଳା ଅଂଚଳର ୨୫୦ ଜଣଙ୍କ ଲୋକଙ୍କ ଠାରୁ ୨ ହଜାର ଲେଖାଏଁ ଠକି ନେଇଛି । ଏପରିକି ରେଲୱରେ ଚାକିରୀ କରାଇଦେବା ନାମରେ ବିଭିନ୍ନ ବେକାର ଯୁବକ/ଯୁବତୀମାନଙ୍କୁ ୧.୫ ଲକ୍ଷ ଟଙ୍କା ଠକି ନେଇଥିଲେ । ଏପରିକି ନକଲି ସୁନା ଇଟା ଦେଖାଇ ବିଭିନ୍ନ ଲୋକଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଠକି ନେଇଥିଲେ । ଏ ନେଇ ଜେନାପୁର ଥାନା ଅନ୍ତର୍ଗତ ଦୌଲତପୁର ଗ୍ରାମର ସେବତୀ ମହାରଣାଙ୍କ ଠାରୁ ତାଙ୍କ ପୁଅକୁ ଦେବା ନାମରେ ଦେଢ଼ ଲକ୍ଷ ଓ ସେ ଗ୍ରାମର ଅନ୍ୟ ଜଣଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ୨୦୨୧ ମସିହା ଅଗଷ୍ଟ ମାସରେ ଠକି ନେଇଥିଲେ । ଏହା ପରେ ଉକ୍ତ ଦଲାଲର ଯୋଗାଯୋଗ ନମିଳିବାରୁ ଚଳିତ ମାସ ୧୩ ତାରିଖରେ ଜେନାପୁର ଥାନାରେ ଏକ ଏତାଲା ଦେଇଥିଲେ । ଥାନା ପକ୍ଷରୁ ୨୨୦/୨୨ ରେ ଏକ ରୁଜ୍ଜୁ କରି ତଦନ୍ତ ଜାରୀ ରହିଥିଲା । ଗତକାଲି ରାତିରେ ଉଭୟଙ୍କୁ ନିଜ ନିଜ ଅଂଚଳରୁ ପୋଲିସ୍ ଗିରଫ କରିଥିଲେ । ତାଙ୍କ ନିକଟରୁ ୫ଟି ମୋବାଇଲ୍, କିଛି ରେଲୱର ନକଲି ନିଯୁକ୍ତି ପତ୍ର, ଏକ ସୁନା ଇଟା, କିଛି ବାଜି ରାଉତ ସୋସିଆଲ୍ ହାଉସିଂର କାଗଜ ପତ୍ର, ପରିଚୟ ପତ୍ର, ୨ଟି ସ୍କୁଟି ଏବଂ ଗୋଟିଏ ପଲସର ଗାଡ଼ି ସହିତ କିଛି ପିଲାଙ୍କର ମ୍ୟାଟ୍ରିକ୍ ପ୍ରମାଣ ପତ୍ର ପୋଲିସ୍ ଜବତ କରିଛି । ଏହି କେସ୍ରେ ଅଧିକ ଲୋକ ଲିପ୍ତ ଥିବା ନେଇ ଜେନାପୁର ଥାନାଧିକାରୀ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି ।
ଚାକିରୀ ନାମରେ ଠକେଇ, ୨ ଦଲାଲ୍ ଗିରଫ୍
|
August 21, 2022 |