କଟକ, ୦୨/୧୨/୨୦୨୧ (ସନ୍ଧାନ ନିଉଜ) – କଟକ ସଦର ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର କଳାବିହାର କନ୍ଦରପୁରର ୧୮ ତମ ବାର୍ଷିକ ଉତ୍ସବ ଏବଂ ମେଧା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଚଳିତ ବର୍ଷ ଡିସେମ୍ବର ମାସ ୨୫ ଓ ୨୬ ତାରିଖ ଦୁଇଦିନ ବ୍ୟାପି ଉମାକାନ୍ତ ମଣ୍ଡପରେ କରୋନା କଟକଣା ମଧ୍ୟରେ ପାଳିତ ହେବା ନେଇ ଏକ ପ୍ରସ୍ତୁତି ବୈଠକ ମଧ୍ୟଶାସନ ମହାବୀର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂପାଦକ ଅଶୋକ ପଟ୍ଟନାୟକ,ସଭାପତି ପ୍ରତିଭା ଶତପଥୀ, କବି ପିତାମ୍ବର ମହାପାତ୍ର, ବିଶିଷ୍ଟ ସାହିତ୍ୟିକ ତଥା ଲୋକଭାଷା ପାକ୍ଷିକ ଖବର କାଗଜର ସମ୍ପାଦକ ଶୁକଦେବ ପରିଡ଼ା,କରୋନା ଯୋଦ୍ଧା ଅଭିରାମ ସାହୁ,ପ୍ରଫୁଲ୍ଲ ଦାସ,ପ୍ରଲବ୍ୟ ମହାପାତ୍ର,ଦୈତାରୀ ପ୍ରଧାନ,ଶ୍ରୀଧର ସ୍ଵାଇଁ,ନାରାୟଣ ମହାନ୍ତି, କବୟିତ୍ରୀ ସରୋଜ ନଳିନୀ ପରିଜା,ଗୁରୁ ମହାଦେବ ମହାରଣା, ସଂଗଠକ ହେମନ୍ତ ପ୍ରଧାନ,ସଚ୍ଚିଦାନନ୍ଦ ବାରିକ,ସଞ୍ଜୟ ସାହୁ, ସାମ୍ବାଦିକ ଜ୍ଞାନ ରଂଜନ ସାହୁ,ବାବୁଲି ପାତ୍ର,ପବିତ୍ର ମୋହନ ଓଝା,ପ୍ରଶାନ୍ତ ପଣ୍ଡା,ରଶ୍ମି ରଂଜନ ଶତପଥୀ,ଅଜୟ ଦାସ ଏବଂ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତିଥିଲେ । ଏଥିରେ ସାହିତ୍ୟ ଆଲୋଚନା ଚକ୍ର ସହ ପାତ୍ର ପତ୍ରିକା ଉନ୍ମୋଚନ କରାଯାଇ ଖବର କାଗଜ ଲୋକଭାଷା,ପଲ୍ଲୀ ଠାରୁ ଦିଲ୍ଲୀ, ମନ୍ଥନ ଓ ଅଭିନନ୍ଦନ ଆଦି ଅତିଥି ମାନଙ୍କ ଦ୍ଵାରା ଲୋକାର୍ପିତ ହେଇଥିଲା।
ଚଳିତ ମାସ ଡିସେମ୍ବର ୨୫,୨୬ ଦୁଇଦିନ ଧରି ପାଳିତ ହେବ ପରିଷଦର ବାର୍ଷିକ ଉତ୍ସବ ।
|
December 2, 2021 |