ଚଣ୍ଡିଖୋଲ, ୩୦/୦୫(ସନ୍ଧାନ ନୟୁଜ) ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ବିଭିନ୍ନ ଶିକ୍ଷା ଅନୁଷ୍ଠାନକୁ ପରିବେଷ ସୁରକ୍ଷା ଏବଂ ସନ୍ତୁଳନ ରକ୍ଷା କରିବା ନିମନ୍ତେ ପକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଥାଏ । ସେହିପରି ଚଳିତବର୍ଷ ୨୦୨୧-୨୨ ବର୍ଷ ପାଇଁ ବଡଚଣା ବ୍ଲକ ପାଇଁ ଚଣ୍ଡିଖୋଲ ସ୍ଥିତ ଡି.ୟୁ ପବ୍ଲକି ସ୍କୁଲକୁ ମନୋନୀତ କରାଯାଇଛି । ଏନେଇ ପ୍ରଶାସନ ପକ୍ଷରୁ ପ୍ରାରମ୍ଭିକ ସୂଚନା ଦିଆଯାଇଛି । ଆସନ୍ତା ୫ତାରିଖ ଦିନ ଭୂବନେଶ୍ୱରରେ ଏକ ବର୍ଣ୍ଣାଢ଼ ପରିବେଷରେ ଏହି ପୁରସ୍କାର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ତେବେ ବଡଚଣା ପାଇଁ ଏହି ସ୍କୁଲଟି ମନୋନୀତ ହୋଇଥିବାରୁ ସ୍କୁଲ ପକ୍ଷରୁ ଶିକ୍ଷାବିତ୍ ବିଶ୍ୱଜିତ ମହାପାତ୍ର ରାଜ୍ୟ ସରକା. ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦିଆଯାଇଛି । ସେହିପରି ଅଂଚଳର ଶତାଧିକ ବୁଦ୍ଧିଜିବୀ ସ୍କୁଲର ଏହି ସଫଳତା ପାଇଁ ଧନ୍ୟାବଦ ଦିଆଯାଇଛି ।
ଚଳିତବର୍ଷ ପକୃତି ମିତ୍ର ପୁରସ୍କାର ପାଇଁ ଚଣ୍ଡିଖୋଲର ଡି.ୟୁ ପବ୍ଲିକ୍ ସ୍କୁଲ ମନୋନୀତ
|
May 31, 2022 |



