ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଶ୍ମଶାନରେ ଦୁଷ୍କର୍ମ : ଅଭିଯୁକ୍ତ ଜଣେ ଯୁବକ

Spread the love
କଟକ, ୧୫/୧/ସନ୍ଧାନ ନିୟୁଜ୍)  ଆଜି ବ୍ୟାଧିରେ ପରିଣତ ହେଲାଣି ଦୁଷ୍କର୍ମ, ଥମିବାର ନାଁ ଧରୁନି। ଯେତେ ଆଇନ୍ କଡାକଡି ହେଲେ ମଧ୍ୟ ଏଥିରୁ ନିବୃତ୍ତ ହେଉନାହାନ୍ତି ଏହିଭଳି ନିମ୍ନ ମାନସିକ ଅଭିଯୁକ୍ତ ମାନେ। ନାବାଳିକାଙ୍କ ଉପରେ ହିଂସା ଏଭଳି ବଢ଼ି ଚାଲିଥିବାବେଳେ, ଆଉ ଏକ ଦୁଃଖଦ ଖବର ଆସିଛି କଟକ ଜିଲ୍ଲା ନେମାଳ ଥାନା ତରତ ଶାସନ ପଞ୍ଚାୟତ ଅଞ୍ଚଳରୁ ।
ସୂଚନା ମୁତାବକ ଗତ ୧୩ ତାରିଖରେ ୨୨ ବର୍ଷୀୟ  ଯୁବକ ତପନ ପରିଡା ଓରଫ୍ ତପୁଆ  ଜଣେ ଚତୁର୍ଥ ଶ୍ରେଣୀରେ ପଢୁଥିବା ୯ ବର୍ଷୀୟ ନାବାଳିକାଙ୍କୁ ନିକଟସ୍ଥ ଶ୍ମଶାନରେ ଥିବା ଏକ ପରିତ୍ୟକ୍ତ ଘରେ ଦୁଷ୍କର୍ମ କରିଥିବା ନାବାଳିକାଙ୍କ ମା ନେମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ପୋଲିସ ଅଭିଯୋଗକୁ ଆଧାର କରି ଥାନାରେ କେସ୍ ନମ୍ବର ୪/୨୦ରେ ମାମଲା  ରୁଜୁ କରିବା ସହିତ ଧାରା ଆଇପିସି୩୭୬ ଏବି, ୨୯୪ ଓ ପୋକ୍ସୋ ସେକ୍ସନ ୬ ଅନୁଯାୟୀ ତଦନ୍ତ ଆରମ୍ଭ କରିବା ସହିତ ୧୬୪ ସିଆରପିସିରେ ନାବାଳିକାଙ୍କ ବୟାନ ରେକର୍ଡ କରିଛି।
କିନ୍ତୁ ଅଭିଯୁକ୍ତ ଫେରାର ହୋଇଯାଇଥିଲେ ବି ନେମାଳ ପୋଲିସ କୌଣସି ସନ୍ଧାନ ପାଇବାକୁ ମଧ୍ୟ ଅସମର୍ଥ ହୋଇଛି। ତେବେ ରାଜନୈତିକ ଚାପରେ ଅଭିଯୁକ୍ତକୁ ଖସାଇ ଦେବାକୁ ଚେଷ୍ଟା କରୁଥିବା ପ୍ରତିକ୍ରିୟାରେ କହିଛନ୍ତି ପୀଡିତାଙ୍କ ପରିବାର।

Related Posts

About The Author

Add Comment