ଚତୁର୍ଥୀ ପରେ ନାବାଳିକା ପତ୍ନୀଙ୍କୁ ଛାଡି ସ୍ବାମୀ ଫେରାର୍

Spread the love

ବାରିପଦା, ୨୦/୧୨/୨୦୨୦ (ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): କିଛି ଦିନର ପ୍ରେମରୁ ସୃଷ୍ଟି ହୋଇଥିଲା ଆକର୍ଷଣ। ଆଉ ପ୍ରେମିକଙ୍କୁ ଏକ ମନ୍ଦିରରେ ବିବାହ କରିଥିଲେ ନାବାଳିକା । ମାତ୍ର ବିବାହର ୪ ଦିନ ନଯାଉଣୁ ନାବାଳିକା ପତ୍ନୀଙ୍କୁ ଛାଡ଼ି ଫେରାର୍ ହୋଇଯାଇଛି ଯୁବକ । ଅସହାୟ ନାବାଳିକା ଜଣଙ୍କ ଏ ନେଇ ଥାନାର ଦ୍ଵାରସ୍ତ ହୋଇଛନ୍ତି । ଅଭିଯୁକ୍ତ ଯୁବକ ରାଜେଶ ବଇଠାକୁ ବାରିପଦା ଟାଉନ୍ ଥାନା ପୁଲିସ୍ ଖୋଜୁଛି। ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଯୁବକଙ୍କ ଘର ବାରିପଦା ଟାଉନ୍ଥାନା ଅନ୍ତର୍ଗତ ବୁଗୁଡ଼ାକଟା ଅଞ୍ଚଳରେ ପୀଡ଼ିତା ନାବାଳିକାତାଙ୍କ ପ୍ରେମିକଙ୍କୁ ସ୍ଥାନୀୟ ଦାମୋଦରପୁର ମହାଦେବ ମନ୍ଦିରରେ ବିବାହ କରିଥିଲେ । ତେବେ ଚତୁର୍ଥୀ ପରେସ୍ବାମୀ ଫେରାର୍ ହୋଇଯିବା ଘଟଣାରେ ପତ୍ନୀଙ୍କ ପାଦତଳୁ ମାଟି ଖସିଯାଇଛି। ଅଭିଯୁକ୍ତ ସ୍ୱାମୀକୁ ପୁଲିସ୍ ଧରିବାକୁଉଦ୍ୟମ ଜାରି ରଖିଥିବା ବେଳେ ଏ ନେଇ ଟାଉନ୍ ଥାନାକେସ୍ ନଂ ୯୨୫|୨୦, ଆଇପିସି ୩୭୬(୨) (ଏନ୍) ପୋସୋ ଆକ୍ଟରେ ଏକ ମାମଲା ରୁଜୁ ହୋଇଛି।

Related Posts

About The Author

Add Comment