ଚଣ୍ଡୀତଳ ଗ୍ରାମପଞ୍ଚାୟତରେ ବୃକ୍ଷ ରୋପଣରେ ମହା ଘୋଟଲା ,

Spread the love

ବଡ଼ଚଣା/୨୩/୦୪/ସନ୍ଧାନ ନିଉଜ୍/(ଉମାକାନ୍ତ ବେହେରା)  ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିତଳ ଗ୍ରାମପଞ୍ଚାୟତ ଅଧିନରେ ଥିବା ତେଲିଗଡ ଗ୍ରାମରେ ବୃକ୍ଷରୋପଣରେ  ମହା ଘୋଟୋଲା ଦେଖିବାକୁ ମିଳିଛି ।ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନାରେ ତେଲିଗଡ଼ ସି,ସି ରୋଡ଼ ଠାରୁ ନଣ୍ଡାଚୁଆ ପର୍ଯ୍ୟନ୍ତ । ଉଭୟ ଦୁଇପାର୍ଶ୍ୱରେ କିଛି ବୃକ୍ଷ ରୋପଣ କରିଲୁଟି ନେଇଛନ୍ତି ଲକ୍ଷଲକ୍ଷ ଟଙ୍କା । ଏହି ବୃକ୍ଷ ରୋପଣ ଅଟକଳ ପରିମାଣ ଥିଲା ୨ ଲକ୍ଷ, ୭୫ ହଜାର ଟଙ୍କା। ବର୍ତମାନ ଦେଖିବାକୁ ଗଲେ ଯେଉଁ ଜାଗାରେ ଚାରା ରୋପଣ କରାଯାଇଥିଲା ମୋଟା ମୋଟୀ ୧୦ ଟି ଗଛବି ଦେଖିବାକୁ ମିଳୁନାହିଁ ।ଏ ହାର ତଦାରଖ କରିବା ପାଇଁ ସରକାରଙ୍କ ନିୟମ ଅନୁସାରେ ଗାଁ ସାଥିଙ୍କୁ ନିଯୁକ୍ତି ଦିଆ ଯିବାକଥା । ନିଯୁକ୍ତି ନ ଦେଇ ବ୍ଲକପ୍ରଶାସନ ଓ କୁଜିନେତା ମାନେ ମିଳିମିଶି ଫ୍ଲସଵିଲି କରି ସବୁ ଟଙ୍କା ଚଳୁ କରିଦେଇଥିବା ଦେଖିବାକୁ ମିଳିଛି ।  କାଯ୍ୟ ଆରମ୍ଭରୁ ସୂଚନା ଫଳକରେ ସମସ୍ତ ତଥ୍ୟ ଲେଖିବା କଥା । ଏ ପଯ୍ୟନ୍ତ ସୂଚନା ଫଳକ ରେ ଲେଖାଟିଏ ବି ନାହିଁ ।ଦେଖିବାକୁ ବାକିରହିଲା କେବେ ଏହାକୁ ତଦନ୍ତ ପରିସରକୁ ଆଣି ଏହାର ଫର୍ଦ୍ଦାଫାସ କରାଯାଉଛି । 

Related Posts

About The Author

Add Comment