ଚଣ୍ଡୀଖୋଲର ସାର ଦୋକାନି ମାନୁ ନାହାଁନ୍ତି ସରକାରଙ୍କ ନିୟମ , ଅଧିକ ଦାମ ରେ ସାର ବିକ୍ରି :ଦୋଷ ମୁଣ୍ଡାଉଛନ୍ତି ସରକାର ।

Spread the love

 

ବଡ଼ଚଣା ,, ୨୪/୦୯/  ଚାଷୀ ହସିଲେ ଦେଶ ହସିବ ଚାଷୀ ଙ୍କ ହାତରେ ଆମ ଭାତ ହାଣ୍ଡି ।ଚାଷ ନାହିଁ ଯାହାର ବାସ ନାହିଁ ତାହାର । ସେଇଥିପାଇଁ ସରକାର ଚାଷ ଓ ଚାଷୀ ଭାଇମାନଙ୍କୁ ପ୍ରାଧାନ୍ୟ ଦେଇ ବିଭିନ୍ନ ପ୍ରକାର ଯୋଜନା ଓ କିପରି ଚାଷୀ ସହଜ ଉପାୟରେ ଭଲ ଫସଲ ଅମଳ କରିପାରିବ। ସେଇଥିପାଇଁ ଚାଷ ପାଇଁ ଉପଯୋଗୀ ହେଉଥିବା ଯନ୍ତ୍ରପାତି,ରିହାତି ମୁଲ୍ୟ ରେ ଯୋଗାଇ ଦେଇଥାନ୍ତି ।ଏବଂ ମୁଖ୍ୟତଃ ସାର ଓ ଔଷଧ ଉପରେ ଗୁରୁତ୍ୱ ଦେଇ ଉଚିତ ଓ ରିହାତି ମୁଲ୍ୟ ରେ ମଧ୍ୟ ଯୋଗାଇ ଦେଇଥାନ୍ତି ।କିନ୍ତୁ କେତେକ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କିଛି ଅସାଧୁ ବ୍ୟବସାୟ କୃଷି ଅଫିସର ଙ୍କୁ ହାତ କରି ସାର ବିକ୍ରି ପାଇଁ ପ୍ରମାଣ ପତ୍ର ହାତେଇ ଥାନ୍ତି। ସେଥିମଧ୍ୟରୁ ଚଣ୍ଡୀଖୋଲ ଛକର ନୂଆ ବଜାରରେ ଥିବା ସାର ଦୋକାନର ମାଲିକ ଜଣେ କୃଷି ବିଭାଗର ଅଧିକାରୀ ଙ୍କ ର ବୋଲି ଶୁଣିବାକୁ ମିଳିଛି ।ଉକ୍ତ ଦୋକାନ ଟି ନିଜ ମାଲିକ କୃଷି ଅଧିକାରୀ ହୋଇଥିବାରୁ ମାନମାନି କରି ସରକାର ଧାର୍ଯ୍ୟ କରି ଥିବା ମୁଲ୍ୟ ଠାରୁ ଢେର ଅଧିକ ମୁଲ୍ୟ ରେ ବିକ୍ରି କରୁଛନ୍ତି ବୋଲି ଜଣେ ଚାଷୀ ଭିଡିଓ ମଧ୍ୟମରେ ପ୍ରକାଶ କରିଛନ୍ତି ।ଚାଷୀ ଜଣଙ୍କ କହିବା କଥା ଏହି ଦୋକାନ ରେ ୟୁରିଆ ବସ୍ତା ପିଛା ସରକାରୀ ମୁଲ୍ୟ ୨୭୦ ଥିବା ବେଳେ ୩୫୦ ରେ ବିକ୍ରି କରୁଛନ୍ତି ,ଓ ଡିଏପି ସାର ସରକାରୀ ମୁଲ୍ୟ ବସ୍ତା ଉପରେ ୧୨୦୦ ଟଙ୍କା ଲେଖା ଥିବା ବେଳେ ୧୨୫୦ ଟଙ୍କା ଜବରଦସ୍ତ ନେଇଛନ୍ତି । ଅଧିକ ଦାମ ଦେଇ ବିକ୍ରି ହେଉଥିବା ର ଫୋଟ ଚିତ୍ର ଆମର ହସ୍ତଗତ ହୋଇଛି । ଉକ୍ତ ଦୋକାନିର ମାଲିକ ବଡ଼ଚଣା କୃଷି ବିଭାଗ ର ଜଣେ ଅଫିସର ଭାବେ କାର୍ଯ୍ୟ କରନ୍ତି ।ନିଜେ ସ୍ଥାନୀୟ କୃଷି ବିଭାଗ ଅଫିସର ହୋଇଥିବାରୁ ସରକାର ଙ୍କ ନିୟମ କୁ ବେଖାତିର କରି ନିଜ ନିୟମ ଜାହିର କରି ନିଜେ ସାର ଦୋକାନ ରେ ବସି ବିକ୍ରି କରନ୍ତି ।ଆହୁରୀ ମଧ୍ୟ ସରକାରୀ ସାର ଦୋକାନ ରେ ପ୍ରତ୍ୟେକ ସାର ର ପ୍ରାଇସ ବା ରେଟ ଚାର୍ଟ ମାରିବା କଥା ତାହା ଏହି ଦୋକାନ ରେ ମରା ହୋଇ ନାହିଁ ।ଏବଂ ଚାଷୀ ମାନେ ନିଜ ଆଧାର ଦେଖାଇ ସାର ଆଣିବା କଥା ତାହା ମଧ୍ୟ ଏହି ଦୋକାନ ରେ ହେଉ ନାହିଁ।କୌଣସି ଚାଷୀକୁ ସାର କିଣା ବିଲ ମଧ୍ୟ ଦିଅନ୍ତି ନାହିଁ ।ଏହି ବିଷୟରେ ବଡ଼ଚଣା କୃଷି ଅଧିକାରୀଣି ଙ୍କୁ ପଚାରିବାରୁ ସେ ସାର ଅଧିକ ଦାମ ରେ ବିକ୍ରି ହେଉଛି ,ହେଲେ କୌଣସି ଚାଷୀ ଭାଇମାନେ ଆମକୁ ଲେଖିତ ଜଣାଇ ନାହାନ୍ତି ବୋଲି ପ୍ରକାଶ କରିଥିଲେ ।ଏବଂ ଚଣ୍ଡୀଖୋଲଛକ ଠାରୁ ଛାତିଆ ରେ ଅଧିକ ଦାମ ରେ ବିକ୍ରି ହେଉଥିବାର ସ୍ୱୀକାର କରିଛନ୍ତି ।ହେଲେ ଲିଖିତ ଅଭିଯୋଗ ନ ଥିବାରୁ ଆମେ କିଛି କରି ପାରୁନାଁହୁ।ଯଦି ଆମ ପାଖରେ ଲିଖିତ ଅଭିଯୋଗ ଆସିବ ଆମେ ପଦକ୍ଷେପ ଗ୍ରହଣ କରିବୁ ବୋଲି ଫୋନ ଯୋଗେ ପ୍ରକାଶ କରିଥିଲେ । ଗୋଟିଏ ପଟେ ବର୍ଷା ହେଉ ନ ଥିବାରୁ ମରୁଡି ହେବା ଭଳି ପରିସ୍ଥିତି ଉପୁଜିଥିବା ବେଳେ ସାରର ଅଧିକ ଦାମ ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଉଛି । ଚାଷୀଟିଏ ନିରୁପାୟ ହୋଇ ଅଧିକ ଦାମ ଦେଇ ସାର କିଣୁ ଥିବାରୁ ସରକାର ଙ୍କୁ ଦୋଷ ଦେଉଛି ।ତେଣୁ ଉପରିସ୍ଥ ଅଧିକାରୀ ଓ ନିଜେ ଯାଜପୁର ଜିଲ୍ଲାପାଳ ଏହାର ତଦାରଖ କରି ଉକ୍ତ ସାର ଦୋକାନ ଉପରେ ଉଦାହରଣ ମୂଳକ ପଦକ୍ଷେପ ଗ୍ରହଣ କଲେ ଏହି ସାର କଳା ବଜାରୀ ବନ୍ଦ ହେବ ବୋଲି ସାଧାରଣରେ ପ୍ରକାଶ ପାଉଛି ।

Related Posts

About The Author

Add Comment