ଚଣ୍ଡିଖୋଲ: କାରର କାଚ ଭାଙ୍ଗି ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ

Spread the love

ଯାଜପୁର, ୨୩/୨ (ସନ୍ଧାନ ନିଉଜ/ ମାନସ ରାଉତ)  ଆଜି ମଧ୍ୟାହ୍ନରେ ଚଣ୍ଡିଖୋଲ ବଜାରରେ ଷ୍ଟେଟ୍ ବ୍ୟାଙ୍କ- ଖୋସାଲିପୁର ରାସ୍ତାର ବରଫ ଫ୍ୟାକ୍ଟ୍ରି ନିକଟରେ ଏକ କାରର କାଚ ଭାଙ୍ଗି ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି ପ୍ରାୟ ପଚାଶ ହଜାରରୁ ଊର୍ଦ୍ଧ୍ଵ ଟଙ୍କାର ନୂଆ ସୁନା ଅଳଙ୍କାର ! ଧର୍ମଶାଳା ଥାନା ଆରୁହା ଗ୍ରାମର ଜନୈକ ବ୍ଯକ୍ତି ଝିଅ ବାହାଘର ପାଇଁ ଜାରକା ବଜାରରୁ ସୁନା ଗହଣା କିଣି ତାହାକୁ କାର୍ ଡିକିରେ ରଖି ଚଣ୍ଡିଖୋଲ ଆସି ରାସ୍ତା କଡରେ କାର୍ ରଖି ବରଫ ଫ୍ୟାକ୍ଟ୍ରି ଭିତରକୁ ଯାଇଥିଲେ ! ମାତ୍ର କିଛି ସମୟ ମଧ୍ୟରେ ଆସି ଦେଖିବା ବେଳକୁ ଏମିତି ଅଘଟଣ ଘଟିଛି ! ଏଥିନେଇ ବଡ଼ଚଣା ଥାନାରେ ଏକ ମାମଲା ରୁଜୁ ହୋଇଛି ଏବଂ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ଦୀପକ କୁମାର ଜେନା ଓ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି !

Related Posts

About The Author

Add Comment