ଚଣ୍ଡିଖୋଲ, ୨୭/୩,(ସନ୍ଧାନ ନିୟୁଜ/ମାନସ ରାଉତ)-ଚଣ୍ଡିଖୋଲ ପରିବା ବଜାରରେ ଅଯଥା ଭିଡା ନକରିାବକୁ ବଡଚଣା ପୋଲିସ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଥିଲା । ପରିବା ବେପାରୀ ମାନେ ପ୍ରତି ପଂଚାୟତକୁ ଯିବାପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । ମାତ୍ର ଏହାକୁ ଆଜି କେହି ମାନୁ ନଥିବା ଦେଖିବାକୁ ମିଳିଥିଲା% ନିୟମ ଅନୁସାରେ ଆଜି ସକାଳ ୭ଟାରେ ପରିବା ବଜାର ଖୋଲିଥିଲା । ପୂର୍ବଦିନ ଅପେକ୍ଷା ପରିବା ଦର ଆଜି ଆକାଶଛୁଆଁ ରହିଥିଲା । ଲକଡାଉନର ଫାଇଦା ଉଠାଇବା ପାଇଁ ଯେଉଁ ପୋଟଳ କିଲୋ ୬୦ଟଙ୍କା ଥିଲା ତାହା ଆଜି ୧୦୦ଟଙ୍କା, ବନ୍ଧା କୋବି ୩୦ରୁ ୪୦ଟଙ୍କା, ଟମାଟୋ ୨୦ରୁ ୩୦, ଝୁଡଙ୍ଗ ୪୦ରୁ ୫୦, ଆଳୁ କିଲୋ ଖୁଚୁରା ୩୫ଟଙ୍କା ହୋଇଥିଲା । ପୂର୍ବଦିନ ଅପେକ୍ଷା ପ୍ରତି ପରିବାରେ ବେପାରୀ ମାନେ ୧୦ରୁ ୨୦ଟଙ୍କା ଅଧିକ ଦରରେ ବିକ୍ରି କରୁଥିଲେ । ପରିବା ଗୁଡିକ ସେପରି ତଟକା ନଥିଲେ ମଧ୍ୟ ନମିଳୀବାରୁ ବାଧ୍ୟ ହୋଇ ଗ୍ରାହକ ମାନେ ଅଧିକ ଦରରେ ପରିବା କିଣିବାକୁ ବାଧ୍ୟ ହୋଇଥିଲେ ।
ଚଣ୍ଡିଖୋଲରେ ପରିବା ଦର ଆକାଶ ଛୁଅାଁ
|
March 27, 2020 |