ଚଣ୍ଡିଖୋଲରେ ପଂହଚିଲା ମହାନଦୀ ସୁରକ୍ଷା ଅଭିଯାନ, ବିଜେଡି ନେତାଙ୍କ ଛତିଶଗଡ ସରକାର ଉପରେ ଗର୍ଜନ

Spread the love

ଯାଜପୁର,୨୧.୫(ସନ୍ଧାନ ନିୟୁଜ୍/ସନ୍ତୋଷ ରାଉତ): ବଡଚଣା ବ୍ଲକ ବିଜୁ ଜନତା ଦଳ ତରଫରୁ ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶ କ୍ରମେ ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ସୁରକ୍ଷା ଅଭିଯାନ ଓ ଜନସଚେତନ ରଥ ଯାଜପୁର ଜିଲାର ଚଣ୍ଡିଖୋଲ ଛକ ଠାରେ ପଂହଚିଛି । ପାରମ୍ଭରେ ଜିଲାର ପ୍ରବେଶ ପଥ ଛତିଆ ସ୍ଥିତ ନେଳିଆ ଛକ ଠାରୁ ଏକ ବିରାଟ ବାଇକ ଶୋଭାଯାତ୍ରାରେ ଶତାଧିକ ବିଜୁ କର୍ମୀ ମାନେ ସୁରକ୍ଷା ଅଭିଯାନର ରଥ ଏବଂ ଅତିଥି ମାନଙ୍କୁ ସ୍ୱାଗତ କରି ସଭାସ୍ଥଳକୁ ପାଛୋଟି ଆଣିଥିଲେ । ଛକଠାରେ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସାଂସଦ ରୀତା ତରେଇ, ଜିଲାପରିଷଦ ଅଧ୍ୟକ୍ଷ ନରେଶ ମହାନ୍ତି, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ,ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲିକ,ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡେଇ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ,ଜିଲା ବିଜେଡି ସଭାପତି ସରୋଜ ମହାପାତ୍ର ପ୍ରମୁଖ ଯୋଗଦେଇ ମହାନଦୀ ହେଉଛି ଓଡିଶାର ଜୀବନରେଖା । ଓଡିଶାର କୃଷି କୃଷକ ଏହା ଉପରେ ନିର୍ଭର କରି ·ଷ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଛତିଶଗଡ ସରକାର ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରି ଓଡିଶାକୁ ଆସୁଥିବା ମହାନଦୀ ପାଣିକୁ ବନ୍ଦ କରିଦେବା ଫଳରେ ଓଡିଶାର ·ଷିକୂଳ ମଧ୍ୟରେ ହତାସ ଭାବ ଦେଖାଯାଇଛି । କେବଳ ·ଷୀ କୂଳ ନୁହନ୍ତି ପାନୀୟଜଳର ସଂକଟ ସାରା ଓଡିଶାରେ ଆଗାମୀ ଦିନରେ ଉଗ୍ରରୂପ ଧାରଣ କରିବ ବୋଲି ଅତିଥି ମାନେ ମତଦେବା ସହିତ ବିଜେପି ଉପରେ ଗର୍ଜନ କରିଥିଲେ । ଛତିଶଗଡ ସରକାର ଏତାଦୃଶ୍ୟ କାର୍ଯ୍ୟ କରିଚାଲି ଥିଲେ ମଧ୍ୟ କେନ୍ଦ୍ର ସରକାର ମୁହ ନଖୋଲିବା ନେଇ ଅତିଥି ମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଶୋଦଗାର କରିଥିଲେ । ମହାନଦୀର ସୁରକ୍ଷା ଓ ଏହାର ପ୍ରବାହର ନିରନ୍ତରତା ରକ୍ଷାପାଇଁ ଦଳମତ ନିର୍ବିଶେଷରେ ସମସ୍ତ ଓଡିଶାବାସୀ ଏକତ୍ରୀତ ହୋଇ ଏହି ମହାସଂଗ୍ରାମରେ ସାମିଲ ହେବାପାଇଁ ନେତାମାନେ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାଗ୍ୟଧର ମଲିକ,ପୂର୍ବତନ ଅଧ୍ୟକ୍ଷ ପ୍ରହଲାଦ ନନ୍ଦ,ବିଜେଡି ସଭାପତି ଅରବିନ୍ଦ ସାମଲ, ସଂପାଦକ ଗଣେଶ୍ୱର ବରାଳ, ଛାତ୍ର ବିଜେଡି ସଭାପତି ଜଚିନ୍ଦ୍ର ନାୟକ,ସଂପାଦକ ସଂଜୟ ସ୍ୱାଇଁ,ଜିଲାପରିଷଦ ସଭ୍ୟ ବିପିନ ବିହାରୀ ଜେନା,ସାରଦା ପ୍ରସନ୍ନ ମହାନ୍ତି,ଉପସଭାପତି ନିରଂଜନ ସେନାପତି,ପଂଚାନନ ଧଳ, ଅଫସର ଅଲ୍ଲୀ ଖାଁ, ରବିନ୍ଦ୍ର ଜେନା, ବାସୁଦେବ ଜେନା, ମହିଳା ନେତ୍ରୀ ସରସ୍ୱତୀ ବେହେରା, କିଚିନା ମହାପାତ୍ର, ଜିଲାପରିଷଦ ସଭ୍ୟା ସୁମତି ବାସ୍କେ,ବିନୋଦିନୀ ସାହୁ,ଜିଲା ମହିଳା ଉପସଭାପତି ପୂଜାରାଣୀ ବଳ,ସରପଞ୍ଚ ଚାଚାଲିନ ସ୍ୱାଇଁ, କାଜଲ କିରଣ ପ୍ରଧାନ, ଅରୁଣା ନାୟକ,ପ୍ରମୁଖ ଉପସ୍ଥିତଥିଲେ । ଶେଷରେ ଜିଲା ପରିଷଦ ସଭ୍ୟ ବିପିନ ବିହାରୀ ଜେନା ଧନ୍ୟବାଦ ଦେଇଥିଲେ ।

Related Posts

About The Author

Add Comment