ଚକାପଦରେ ସାମ୍ବାଦିକକୁ ଆକ୍ରମଣ, ପୋଲିସ ନିରବ

Spread the love

କନ୍ଧମାଳ, 30/05/2021(ସନ୍ଧାନ ନିଉଜ଼) : ଅପ୍ରିୟ ସତକହିଲେ ସଭିଙ୍କ ଶତୃ ସାଯିବା ସଦୃଶ ଗତକାଲି ଏକ ଅଭାବନୀୟ ଘଟଣା ଘଟିଯାଇଛି ଚକାପାଦ ବ୍ଲକ ଅଂଚଳରେ। ଜିଲ୍ଲା ରେ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଘନ ଘନ ମାଡ଼ ଗତ ତା 27.05.21 କନ୍ଧମାଳ ଜିଲା ଚକାପଦ ବ୍ଲକରେ କାର୍ଯ୍ୟରତ ରହିଥିବା ନିସ୍ଵାର୍ଥ ନିଉଜ ର ସାମ୍ବାଦିକ ଦୀପ କୁମାର ହଂସ ଓ ତାଙ୍କ ପରିବାର କୁ ଗତକାଲି ସନ୍ଧ୍ୟାରେ କିଛି ଦୁର୍ବୁତ୍ତ ସଂଗବଧ ଭାବେ ଆକ୍ରମଣକରି ନିସ୍ତୁକ ମାଡ଼ ମାରିଥିବା ଖବର ହସ୍ତଗତ ହୋଇଛି। କିଛି ଲୋକଙ୍କ ସହାୟତାରେ ସାମ୍ବାଦିକ ଚକାପାଦ ଥାନାରେ ପହଁଚି ଅଭିଯୋଗ କରିଥିବା ବି ଜଣା ପଡ଼ିଛି। ଖବର ନେବାରୁ ଜଣାପଡିଛି ଯେ ଗତ କିଛିଦିନ ପୂର୍ବେ ଜନୈକ ଜଣେ ପ୍ରଧାନ ଶିକ୍ଷକ ଛାତ୍ର ଛାତ୍ରୀଙ୍କ ପାଇଁ ସରକାର ଦେଉଥିବା ଚାଉଳ ଓ ଟଙ୍କା ଛାତ୍ର ଛାତ୍ରୀଙ୍କୁ ନ ଦେଇ ନିଜେ ହଡପ କରିଥିବାର ଖବର ପ୍ରକାଶିତ ହୋଇଥିଲା। ସେହି ରାଗରେ ପ୍ରଧାନ ଶିକ୍ଷକ ଙ୍କ ନିର୍ଦେଶକ୍ରମେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରା ଯାଇଥିବା ଆଶା କାରଝାଉଛି। ଥାନା ପକ୍ଷରୁ ବି ଏହିଘଟଣାର ତଦନ୍ତ ଜାରୀ ରଖିଥିବା ପ୍ରକାଶ ପାଇଛି। ଏହି ଭଳି ଅମାନୁଷିକ ଘଟଣାରେ ଜିଲା ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱ ଦେଇ ଦୋଷୀ ପ୍ରଧାନ ଶିକ୍ଷକଙ୍କୁ ଉପଯୁକ୍ତ ଶାସ୍ତି ଦେବାର ଆବଶ୍ୟକତା ରହିଛି ବୋଲି ସର୍ବ ସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଯୋର ଧରିଥିବା ପ୍ରକାଶ ପାଇଛି। ଏହି ଘଟଣା ରେ ଚକାପାଦ ଥାନାରେ କେସ ନମ୍ବର 35 ରେ ଏକ ମାମଲା ରୁଜୁ ହୋଇଛି ଏହାକୁ ଭିତ୍ତି କରି Ipc, 447,294,341,323, 109,34 ଧାରା ରେ ମାମଲା ରୁଜୁ ହୋଇଛି କିନ୍ତୁ ଦୀର୍ଘ ସମୟ ବିତି ଯାଇଥିଲେ ସୁଦ୍ଧା ପୋଲିସ ଅଭିଯୁକ୍ତ କୁ ଗିରଫ କରିନି, ଉକ୍ତ ଅଞ୍ଚଳ ର ସମସ୍ତ ଗାଁ ବାସିନ୍ଦା ଉକ୍ତ ଘଟଣାକୁ ନିନ୍ଦା କରିବା ସହ ସେହି ଶିକ୍ଷକ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିବା ସତୁୟେ ତଅଭିଯୁକ୍ତ କୁ ଗିରଫ କାହିଁକି କରା ଯାଇ ନାହିଁ ବୋଲି କନ୍ଧମାଳ sp ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି କନ୍ଧମାଳ ଗଣ ମାଧ୍ୟ୍ୟମ ସଂଘ ଏହା ସହ ସଂଘ ର ଜିଲ୍ଲା ସଭାପତି ମିଲନ କହଁର କହିଛନ୍ତି ଅଭିଯୁକ୍ତଙ୍କୁ ଯଥା ଶୀଘ୍ର ଆରେଷ୍ଟ ନ କରାଗଲେ ସଂଘ ତରଫରୁ ଦୃଢ଼ ପ୍ରତିବାଦ କରାଯିବ ବୋଲି କୁହାଯାଇଛି

Related Posts

About The Author

Add Comment