ଘୋର ବିପତ୍ତି ! ଜଳିଗଲା ଶ୍ରୀମନ୍ଦିର ବାନା; ଦୀପ ନିଆଁରୁ ବାନା ଜଳିଲା…

Spread the love
ପୁରୀ, ୧୯/୦୩ (ସନ୍ଧାନ ନିୟୁଜ/ମାନସ ରାଉତ): ରାଜ୍ୟକୁ ମାଡ଼ି ଆସୁଛି ଘୋର ବିପତ୍ତି। ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ବାନା ଜଳିଯିବା ପରେ ରାଜ୍ୟରେ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି। ଶ୍ରୀମନ୍ଦିରରେ ଅଘଟଣ। ଝଡି ପବନରେ ମହାଦୀପ ସଂସ୍ପର୍ଶରେ ଆସି ଜଳିଗଲା ଶ୍ରୀମନ୍ଦିର ବାନା। ମୁଖ୍ୟବାନା ସୁରକ୍ଷିତ ରହିଥିବା ବେଳେ ଛୋଟ ବାନା ଗୁଡ଼ିକ ଜଳି ଯାଇଥିବା ଜଣାପଡ଼ିଛି।
 ଆଜି ସନ୍ଧ୍ୟା ପ୍ରାୟ ଆଠଟା ସମୟରେ ଘଟିଛି ଏହି ଘଟଣା। ବିଧି ପରମ୍ପରା ଅନୁସାରେ ଆଜି ସନ୍ଧ୍ୟା ଧୁପ ପରେ ଶ୍ରୀମନ୍ଦିର ଉପରକୁ ତିନି ଠାକୁରଙ୍କ ଉଦ୍ଦେଶ୍ୟରେ ମହାଦୀପ ଉଠିଥିଲା। ହେଲେ ଅପରାହ୍ଣରେ ନୀଳଚକ୍ରରେ ବାନା ବଦଳା ନୀତି ସରିଥିଲା। ମହାଦୀପ ଉଠିବା ପରେ ଝଡି ପବନ ହୋଇଥିଲା। ଝଡି ପବନ ଯୋଗୁଁ ନୀଳଚକ୍ର ତଳେ ଥିବା ବାନା ଉଡି ଆସି ମହାଦୀପ ଉପରେ ପଡିଥିଲା।
ଫଳରେ ତଳ ବାନାଗୁଡ଼ିକ ସମ୍ପୂର୍ଣ୍ଣ ଜଳିଯାଇଛି। ଯାହାକୁ ନେଇ ଭକ୍ତଙ୍କ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।  ସେପଟେ କରୋନା ଯୋଗୁଁ ଆଜି ମହାପ୍ରଭୁଙ୍କୁ ଶେଷ ଦର୍ଶନ କରୁଛନ୍ତି ଭକ୍ତ। କରୋନା ଯୋଗୁଁ ଭକ୍ତଙ୍କ ସହ ମହାପ୍ରଭୁଙ୍କ ମିଳନରେ ବାଧା ଉପୁଜିବ। ଚଉଦ ଦିନ ପାଇଁ ଭକ୍ତମାନେ ଅଣସର ଭଳି ମହାପ୍ରଭୁଙ୍କ ଠାରୁ ଦୁରେଇ ଯିବେ। ଏଣୁ ଏଭଳି ଅଘଟଣକୁ ନେଇ ଭକ୍ତମାନେ ଭିନ୍ନ ଭିନ୍ନ ମତ ପୋଷଣ କରୁଥିବା ଦେଖାଯାଇଛି।

Related Posts

About The Author

Add Comment