ସମ୍ବଲପୁର ତାରିଖ:୧୨/୦୫/୨୦୨୩( ସନ୍ଧାନ ନିଉଜ /ହେମନ୍ତ ଭଇଁଷା) ଯୁଯୁମୁରା ବ୍ଲକ ଅନ୍ତର୍ଗତ ଜୟନ୍ତପୁର ଗ୍ରାମପଞ୍ଚାୟତର ହପ୍ରିୟାବାହାଲ ଠାରେ ଘେନୁପାଲି ସମବାୟ ସମିତିରେ କାର୍ଯ୍ୟରତ ନିର୍ଦ୍ଦେଶକ ସୁରଥ ବଗର୍ତ୍ତିକୁ ସଂଘବଧ ଭାବରେ ଆକ୍ରମଣ କରି ହତ୍ୟା କରିଥିବା ପରିବାର ତରଫରୁ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ଗତ ଗ୍ରାମର ଲୋକମାନେ ପାତିତୁଣ୍ଡ ଶୁଣିବାକୁ ପାଇଥିଲେ ପରେ ପରେ ଦେଖିବାକୁ ମିଳେ ଯେ ଲୋକ ମେଳାପୀ,ଫୁଟବଲ ପ୍ରେମୀ ସୁରଥ ବଗର୍ତ୍ତିଙ୍କ ପ୍ରାଣବାୟୁ ଉଡି ଯାଇଥିଲା।ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ନା ଆଉ କିଛି ପୋଲିସର ଅନୁସନ୍ଧାନ ପରେ ସ୍ପଷ୍ଟ ହେବ ବୋଲି ଜଣାପଡୁଛି । ଲୋକ କଥାନୁସାରେ ମୃତକଙ୍କ ଗ୍ରାମର ଜଣେ ମହିଳାଙ୍କ ସହିତ ସଂପର୍କ ସ୍ଥାପନ କରୁଥିବାର ଅନୁମାନ କରୁଛନ୍ତି । ତାହେଲେ ଦେଖିବାକୁ ବାକି ରହିଲା ଯେ ପୋଲିସର ତଦନ୍ତ କିପରି ଭାବରେ କରୁଛି ଏବଂ ଦୋଷୀଙ୍କୁ କିପରି ଉଚିତ ଦଣ୍ଡ ଦେଉଛି । ପରିବାର ଲୋକଙ୍କୁ ଆମର ସନ୍ଧାନ ପରିବାର ତରଫରୁ ସମବେଦନା ସହ ପୋଲିସକୁ ଅନୁରୋଧ ଯେ ଏହାର ତଦନ୍ତ ଠିକ୍ ଭାବରେ କରି ଦୋଷୀ ମାନଙ୍କୁ ଉଚିତ ଦଣ୍ଡ ମିଳୁ।
ଘେନୁପାଲି ସମବାୟ ସମିତିର ନିର୍ଦ୍ଦେଶକଙ୍କୁ ହତ୍ଯା ଅଭିଯୋଗ
|
May 12, 2023 |



