ସମ୍ବଲପୁର,(ସନ୍ଧାନ ନ୍ୟୁଜ): ପଡିଆବାହାଲ ନିକଟସ୍ଥ ଘେନୁପାଲି ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଗଞ୍ଜାଇ ସହ ଜଣେ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।ମିଳିଥିବା ସୂଚନା ମତେ ଘେନୁପାଲି ଅଞ୍ଚଳର ୩୧ ବର୍ଷିୟ ମହିଳା ଚନ୍ଦ୍ରକାନ୍ତି ଦାଶ ୭ କେଜି ଗଞ୍ଜାଇ ଧରି ପଞ୍ଚାୟତ କାର୍ଯ୍ୟାଳୟ ସାମନାରେ ପରିବହନ କରିବାକୁ ମଙ୍ଗଳବାର ସକାଳେ ଅପେକ୍ଷା କରି ରହିଥିବା ବେଳେ ସମ୍ବଲପୁର ଅବକାରୀ ବିଭାଗର ଗୋଇନ୍ଦା ଦଳ ଚନ୍ଦ୍ରକାନ୍ତିଙ୍କୁ କାବୁ କରି ତାଠାରୁ ୭ କେଜି ଗଞ୍ଜାଇ ଜବତ କରି ଗିରଫ କରିଥିଲେ ।ଏହି ଗଞ୍ଜାଇ ବ୍ୟବସାୟ ନିତିଦିନିଆ ହୋଇଥିବା କୌଣସି ସୂତ୍ରରୁ ଖବର ପାଇ ଚନ୍ଦ୍ରକାନ୍ତିଙ୍କୁ କାବୁ କରିବାକୁ ଅବକାରୀ ଗୋଇନ୍ଦା ଛପି ରହି ଶେଷରେ ଏଥିରେ ସଫଳ ହୋଇଥିଲେ।
ଘେନୁପାଲିରେ ଗଞ୍ଜାଇ ସହ ମହିଳା ଗିରଫ
|
March 21, 2024 |



