ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ:ଶୋକର ଛାୟା

Spread the love

ବାଲିଗୁଡା,୧୧/୦୫.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଞ୍ଚଳରେ କରୋନା ଆକ୍ରାନ୍ତ ହୋଇ ରିଙ୍କୁ ନାୟକଙ୍କ ମୃତ୍ୟୁ  ହୋଇଯାଇଥିବା ଜଣାପଡିଛି।ପ୍ରକାଶ ଯେ, ଘୁ .ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୪ ନଂ ଓ୍ବାର୍ଡ ଶ୍ରୀରାମପଦା ନିବାସୀ ରିଙ୍କୁ ନାୟକଙ୍କର କିଛି ଦିନ ତଳେ କରୋନା ପଜିଟିଭ ବାହାରିଥିଲା। ତାଙ୍କୁ ଘୁ.ଉଦୟଗିରି ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ କରୋନା ଔଷଧ ପ୍ରଦାନ କରାଯାଇଥିଲା। ଘରୋଇ ସଙ୍ଗରୋଧରେ ରହି ସେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଖବର ପାଇ ବ୍ଳକ ପ୍ରଶାସନ ମୁଖ୍ୟ ବିଜୟ କୁମାର ପ୍ରଧାନ, ତହସିଲଦାର ଜନ୍ମେଜୟ ସାହୁ ଓ ପୋଲିସ ଉପସ୍ଥିତିରେ ପିପିଇ କିଟ୍ ପିନ୍ଧି ଶ୍ମଶାନରେ ରିଙ୍କୁ ନାୟକଙ୍କ ଶବ ସତ୍କାର କରିଥିଲେ। ଏହା ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ବୋଲି ଜଣାପଡ଼ିଛି।

Related Posts

About The Author

Add Comment